ବିରାଟ ଏବଂ ଧୋନୀ କେତେ ଶିକ୍ଷିତ, କ’ଣ ଆପଣ ଜାଣନ୍ତି କି?

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଏବଂ ୱିକେଟ କିପର ମହେନ୍ଦ୍ର ସିଂ ଧୋନୀଙ୍କ ଖେଳ ଆପଣମାନେ ପଡିଆରେ ବେଶ୍ ଦେଖି ମନୋରଂଜନ କରିଛନ୍ତି। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଏମାନେ ପାଠପଢାରେ କେତେ ସଫଳ ଥିଲେ ଏବଂ କେଉଁ ପର୍ଯ୍ୟନ୍ତ ପାଠ ପଢିଛନ୍ତି।
ବିରାଟ କୋହଲି ୫ ନଭେମ୍ବର ୧୯୮୮ରେ ଦିଲ୍ଲୀର ଏକ ପଞ୍ଜାବ ପରିବାରରେ ହୋଇଥିଲା। ବିରାଟଙ୍କ ପିତା ପ୍ରେମ କୋହଲି ପେଶାରେ ଜଣେ ଓକିଲ ଥିଲେ। ବିରାଟଙ୍କର ଜଣେ ଭାଇ ଏବଂ ଜଣେ ଭଉଣୀ ମଧ୍ୟ ଅଛନ୍ତି। ବିରାଟ ଯେତେବେଳେ ୩ ବର୍ଷ ଥିଲେ, ସେବେଠାରୁ ସେ କ୍ରିକେଟ ଖେଳି ଆରମ୍ଭ କରିଛନ୍ତି। ବିରାଟ ଦିଲ୍ଲୀର ଉତ୍ତମ ନଗରରେ ଥିବା ଭାରତୀ ପବ୍ଲିକ ସ୍କୁଲରୁ ଶିକ୍ଷା ଆରମ୍ଭ କରିଥିଲେ। ଯେତେବେଳେ ୧୯୯୮ ୱେଷ୍ଟ ଦିଲ୍ଲୀ କ୍ରିକେଟ ଅକାଦେମୀ ଆରମ୍ଭ ହେବା ବେଳେ ବିରାଟ ଏଥିରେ ଯୋଗ ଦେଇଥିଲେ। ବିରାଟଙ୍କ ପିତା ପଡୋଶୀଙ୍କ କହିବାନୁଯାୟୀ ତାଙ୍କୁ ଅକାଦେମୀରେ ଭର୍ତ୍ତି କରିଥିଲେ। ତା ପରେ ବିରାଟଙ୍କୁ ୯ମ ଶ୍ରେଣୀରେ ସୋଭିଅର କନଭେଣ୍ଟ ସ୍କୁଲକୁ ସ୍ତାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ କ୍ରିକେଟ ଅଭାସ କରିବାକୁ ସହଜ ହୋଇଥିଲା। ବିରାଟ କେବଳ ଦ୍ବାଦଶ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ଏହା ପରେ ତାଙ୍କୁ ଅନେକ ସୁଯୋଗ ମିଳିଥିଲା ତେଣୁ ପାଠ ପ୍ରତି ମନ ନଦେଇ କ୍ରିକେଟ ପ୍ରତି ମନ ବଳାଇଥିଲେ। ୨୦୦୨ରେ ବିରାଟ ପ୍ରଥମ ଥର ପାଇଁ ଦିଲ୍ଲୀ ଅଣ୍ଡର-୧୫ ଟିମରେ ଖେଳିବାର ସୁଯୋଗ ପାଇଥିଲେ। କେବଳ ବିରାଟ ନୁହେଁ ଧୋନୀ ମଧ୍ୟ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିବାର ସୁଯୋଗ ପାଇଛନ୍ତି। ତାପରେ ତାଙ୍କୁ ବି.କମ୍. କରିବା ପାଇଁ ଆଡମିଶନ ହୋଇଥିଲା କିନ୍ତୁ ଖେଳ ଯୋଗୁଁ ଧୋନୀ ଏହାକୁ ପୂରଣ କରିପାରିନଥିଲେ। ଏସବୁ ସତ୍ତ୍ବେ ମଧ୍ୟ ଦୁହେଁ ଏବେ ଭାରତୀୟ କ୍ରିକେଟ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.