ମହିଳା ଏସିପି ନିଜେ କଲେ ସେହି କାମ ଯେଉଁ କାରଣରୁ ଜଣେ କନଷ୍ଟେବଲ ହୋଇଥିଲେ ନିଲମ୍ବିତ !

ପୋଲିସ ମଧ୍ୟ ଆପଣ ଏବଂ ଆମ ଭଳି ସାଧାରଣ ଲୋକ ହୋଇଥାନ୍ତି ଏବଂ ତାଙ୍କର ବି ମନ କୌଣସି ବି କାମ ପାଇଁ ଉତ୍ସାହିତ ହୋଇଥାଏ। ଆଜିକାଲି ଟିକଟକ୍ ଏବଂ ଅଲଗା ଅଲଗା ମୋବାଇଲ୍ ଆପ୍ ଲୋକଙ୍କ ମଧ୍ୟରେ ଅନେକ କ୍ରେଜ୍ ଦେଖିବାକୁ ମିଳୁଛି କିନ୍ତୁ ଏହା ଭୁଲନ୍ତୁ ନାହିଁ ଯେ ତାଙ୍କର ଭୁଲ ବ୍ୟବହାର ଆପଣଙ୍କ ଚାକିରି ପାଇଁ ମଧ୍ୟ ଭାରୀ ପଡିପାରେ।

ପୂର୍ବରୁ ଏହି ଟିକଟକ୍ ଭିଡିଓ ପାଇଁ ନିଜ ଚାକିରି ହରେଇବାକୁ ପଡିଛି। ଏମିତି ଏକ ମାମଲା ଏହି ଦିନରେ ଗୁଜରାଟ ପୋଲିସକୁ ନେଇ ଆସିଛି। ଏଠାରେ ଏକ ମହିଳା କନଷ୍ଟେବଲଙ୍କୁ ଏଥିପାଇଁ ନିଲମ୍ବନ କରାଯାଇଛି କାରଣ ସେ ନିଜ ଡ୍ୟୁଟି ସମୟରେ ଟିକଟକରେ ଭିଡିଓ ବନାଉଥିଲେ।
ପୋଲିସ ଅଧିକାରୀଙ୍କ ଏପରି ପଦକ୍ଷେପ ଚାରିଆଡେ ଆଲୋଚନାର ବିଷୟ ହୋଇଛି। ଏହି ଭିଡିଓ ବନାଇ ଆଇନର ଉଲଙ୍ଘନ କରିଥିବା ବରିଷ୍ଠ ପୋଲିସ ଅଧିକାରୀ ମଞ୍ଜିତା ବଞ୍ଜାରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେଉଛି। ମଞ୍ଜିତା ବହୁ ଚର୍ଚ୍ଚିତ ପୂର୍ବ ଆଇପିଏସ ଅଧିକାରୀଙ୍କ ଭାଣୀଜି।

police acpଏହି ମାମଲାରେ ଯେତେବେଳେ ଏହାକୁ ନେଇ ତାଙ୍କୁ ପ୍ରଶ୍ନ କରାଗଲା ତେବେ ମଞ୍ଜିତା ଉତ୍ତରରେ କହିଲେ ଯେ ତାଙ୍କୁ ଟିକଟକରେ ଭିଡିଓ ବନାଇବାର ପୂରା ଅଧିକାର ରହିଛି। ଯୁବ ଅଫିସର ହୋଇଥିବା କାରଣରୁ ତାଙ୍କୁ ସୋସିଆଲ ମିଡିଆ ବ୍ୟବହାର କରିବାର ପୂରା ଅଧିକାର ରହିଛି।

ଏହା ସହ ପଢ଼ନ୍ତୁ : ଯଦି ଆପଣ ମଧ୍ୟ କରୁଛନ୍ତି ଟିକଟକ୍ ତେବେ ହୋଇଯାଆନ୍ତୁ ସାବଧାନ୍, ଏହି ପ୍ରକାରର ଭିଡିଓ କଲେ ବ୍ୟାନ୍ ହୋଇଯିବ ଆକାଉଣ୍ଟ

ଅବଶ୍ୟ ଏବେ ପୋଲିସ ଅଧିକାରୀଙ୍କ ଉପରେ କଣ ନିର୍ଣ୍ଣୟ ନିଆଯିବ ତାହା ଉପରେ ରହିଛି ସମସ୍ତଙ୍କ ନଜର। କାରଣ ପୋଲିସ ମାନଙ୍କ ମଧ୍ୟରେ ଛୋଟ ହେଉ କିମ୍ବା ବଡ ସମସ୍ତଙ୍କ ପାଇଁ ନ୍ୟାୟ ସମାନ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.