କଣ୍ଠଶିଳ୍ପୀ ଉଦିତ୍ ନାରାୟଣଙ୍କୁ ଜୀବନରୁ ମାରିଦେବାକୁ ମିଳୁଛି ଧମକ, ୩ଥର ଫୋନ କରି ଦୁର୍ବୃତ୍ତ ଦେଇଛି ଚେତାବନୀ

ବିପଦରେ ଉଦିତଙ୍କ ଜୀବନ । ୯୦ ଦଶକର ସୁପରହିଟ ଗାୟକ ଉଦିତ ନାରାୟଣଙ୍କୁ ଜୀବନରୁ ମାରିଦେବାକୁ ଧମକ । ଗତ ଏକ ମାସ ଧରି ଉଦିତଙ୍କୁ ଜୀବନରୁ ମାରିଦେବାକୁ ମିଳୁଛି ଧମକ । ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି ସେ। ତେବେ ଅଭିଯୋଗ ମୁତାବକ ଏଯାଏ କେବଳ ଧମକ ମିଳୁଛି ଟଙ୍କା ପାଇଁ କୌଣସି ଡିମାଣ୍ଡ କରିନି ଧମକ ଦେଉଥିବା ବ୍ୟକ୍ତି ।

ଆହୁରି ପଢନ୍ତୁ: ମହିଳା ଏସିପି ନିଜେ କଲେ ସେହି କାମ ଯେଉଁ କାରଣରୁ ଜଣେ କନଷ୍ଟେବଲ ହୋଇଥିଲେ ନିଲମ୍ବିତ !

ଫୋନ ରେ ଧମକ ଦେଉଥିବା ବ୍ୟକ୍ତି ଜଣକ ନିଜକୁ ରବି ପୂଜାର ଗ୍ୟାଙ୍ଗର ଲୋକ ବୋଲି ପରିଚୟ ଦେଉଛି । ଏଯାଏ ସେ ପ୍ରାୟ ୩ ଥର ଫୋନ କରି ଉଦିତଙ୍କୁ ଧମକ ଦେଇ ସରିଛି । ସୁଟିଂ ରେ ଥିବା ସମୟରେ ଏହି ଫୋନ ଆସିଥିବା କହିଛନ୍ତି ଉଦିତ।
ଅନ୍ୟପଟେ ପୋଲିସର ସୁରକ୍ଷା ବଳୟ ଭିତରେ ଅଛନ୍ତି ଏହି ବଲିଉଡ ସିଙ୍ଗର । କଲ ଯାଞ୍ଚ କରିବା ପରେ ଜଣା ପଡ଼ିଛି ବ୍ୟକ୍ତିଙ୍କ ନାମ ହେଉଛି ଲକ୍ଷ୍ମଣ । ଉଦିତଙ୍କୁ ଲକ୍ଷ୍ମଣ ଧମକ ଦେଇଛି ଯେ ସେ କେତେବେଳେ କେଉଁ ସମୟରେ ଘରୁ ବାହାରୁଛନ୍ତି ସବୁ ଉପରେ ନଜର ରଖା ଯାଉଛି । ଆଉ ବହୁତ ଶୀଘ୍ର ତାଙ୍କୁ ହତ୍ୟା କରାଯିବ ।

ଆହୁରି ପଢନ୍ତୁ: ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପରେ ଏହି ବ୍ୟକ୍ତି ମାରାଥନ ଦୌଡି ୫୬ ମିନିଟରେ ପୂରା କଲେ ୫ କିମିର ରେସ୍, ସମାଜକୁ ଦେଲେ ଏହି ବାର୍ତ୍ତା

ତେବେ ଯାଂଚ ପରେ ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।ଯେଉଁ ନମ୍ବରରୁ ଉଦିତଙ୍କୁ କଲ୍‌ ଯାଉଛି ତାହା ସେହି ସିକ୍ୟୁରିଟି ଗାର୍ଡଙ୍କ ନାଁରେ ଅଛି ଯେଉଁ ବିଲ୍ଡିଂରେ ରହୁଛନ୍ତି ଉଦିତ୍‌ । ଯେତେବେଳେ ଗାର୍ଡକୁ ଏନେଇ ପଚରାଉଚରା କରାଗଲା ସେତେବେଳେ ସେ କହିଥିଲା ଯେ ତାର ଫୋନ୍‌ ବିହାରରୁ ତିନି ମାସ ତଳେ ଚୋରି ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.