୩ ନିରୀହ ଛୁଆଙ୍କୁ ଫାଶୀରେ ଝୁଲାଇଦେଲା ମା’, ନିଜେ ବି କଲା ଆତ୍ମହତ୍ୟା

ମହାରାଷ୍ଟ୍ରର ପୁନେ ସହରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଜଣେ ମା’ ତା’ର ୩ ଛୁଆଙ୍କୁ ଫାଶୀରେ ଝୁଲାଇ ହତ୍ୟା କରିବା ପରେ ନିଜେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ସନ୍ଧ୍ୟାରେ ବେରୋଜଗାରିଆ ସ୍ବାମୀ ଘରକୁ ଫେରିଲା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ଘଟଣାଟି ସାମ୍ନାକୁ ଆସିଥିଲା।

ଏହାସହ ପଢ଼ନ୍ତୁ: ଶହୀଦ ଯବାନଙ୍କ ମରଶରୀରକୁ କାନ୍ଧ ଦେଲେ ବୃଦ୍ଧା ମା, ୭ ମାସର ପୁଅ ଦେଲା ମୁଖାଗ୍ନି

police p

ପୁନେ ନିକଟ ପିମ୍ପରି ଚିଞ୍ଚୱଡ଼ର ଭୋସରି ଅଞ୍ଚଳରେ ରବିବାର ଏହି ଘଟଣା ଘଟିଥିଲା। ୨୮ ବର୍ଷୀୟା ମହିଳା ଜଣକ ନିଜ ପିଲାଙ୍କୁ ମାରି ଆତ୍ମହତ୍ୟା କରିଥିଲେ। ଏହି ପରିବାର ତାଲେଗାଁଓ ଦାଭାଡେରୁ ଆସି ପ୍ରାୟ ଏକ ସପ୍ତାହ ହେବ ଭୋସରି ଅଞ୍ଚଳର ନୂର ମୋହଲାରେ ରହୁଥିଲେ। ଆତ୍ମହତ୍ୟା କରିଥିବା ମହିଳାଙ୍କ ନାମ ଫାତିମା ଅକରମ ବାଗବାନ୍। ପ୍ରଥମେ ସେ ବଡ଼ ଝିଅ ଅଲ୍ଲିଫୟା(୯) ଏବଂ ପରେ ମଝିଆ ଝିଅ ଜୋୟା(୭) ଓ ସାନ ପୁଅ ଜିୟାନ(୬)ଙ୍କୁ ଫାଶୀରେ ଝୁଲାଇ ଦେଇଥିଲେ। ଫାତିମାଙ୍କ ୩ଟି ପିଲା ଭୋସରିର ସାବିତ୍ରୀବାଈ ଫୁଲେ ବିଦ୍ୟାଳୟରେ ପାଠ ପଢ଼ୁଥିଲେ।

police sta

ରବିବାର ସକାଳେ ଫାତିମାଙ୍କ ବେରୋଜଗାରିଆ ସ୍ବାମୀ ଅକରମ ବାଗବାନ କାମ ଖୋଜିବା ପାଇଁ ବାହାରକୁ ବାହାରିଯାଇଥିଲେ। ସନ୍ଧ୍ୟାରେ ଯେତେବେଳେ ଘରକୁ ଫେରିଥିଲେ, ସେତେବେଳେ ଘରର କବାଟ ଭିତର ପଟୁ ବନ୍ଦ ଥିବାର ଦେଖିବାକୁ ପାଇଥିଲେ। ସେ ଯେତେ ଡାକିଥିଲେ ମଧ୍ୟ କେହି କବାଟ ଖୋଲି ନ ଥିଲେ କି ଆବାଜ ମଧ୍ୟ ଦେଇ ନ ଥିଲେ।

ଏହାପରେ ଅକରମ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି କବାଟ ଭାଙ୍ଗିଥିଲା। ଘର ଭିତରକୁ ପଶିବା ପରେ ଗୋଟିଏ ରୁମରେ ୩ ଛୁଆ ଏବଂ ଅନ୍ୟ ଏକ ରୁମରେ ଫାତିମାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ତେବେ ଫାତିମା ନିଜ ଛୁଆଙ୍କୁ କାହିଁକି ହତ୍ୟା କଲେ ଏବଂ ନିଜେ କାହିଁକି ଆତ୍ମହତ୍ୟା କଲେ, ତାହାର କୌଣସି ପର୍ଦ୍ଦାଫାଶ ହୋଇନାହିଁ। ତେବେ ପୋଲିସ ପୂରା ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.