ପୁଣି ବିରୋଧୀ ହେଲେ ଏକାଠି : ଦିଲ୍ଲୀର ଯନ୍ତରମନ୍ତରରେ ହେବ ପ୍ରତିବାଦ

ନୂଆଦିଲ୍ଲୀ : ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଏକାଠି ହେବାରେ ଲାଗିଛନ୍ତି। ଏବେ ବିହାର ମୁଜାଫରପୁର ଘଟଣାକୁ ନେଇ ଦିଲ୍ଲୀ ଯନ୍ତରମନ୍ତରରେ ଏକାଠି ହେଲେ ବିଭିନ୍ନ ବିରୋଧୀ ଦଳ ନେତା। ମୁଜାଫରପୁର ଘଟଣାର ପ୍ରତିବାଦ ଜଣାଇବାକୁ ଏକାଠି ହୋଇଥିଲେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଟିଏମ୍ସି ପ୍ରତିନିଧି ଦୀନେଶ ତ୍ରିବେଦୀ, ସିପିଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇର ଡି.ରାଜା ଓ ଲୋକତାନ୍ତ୍ରିକ ଜନତା ଦଳ ନେତା ଶରଦ ଯାଦବ।

ମୁଜାଫରପୁରର ଏକ ସେଲ୍ଟର ହୋମ୍ରେ ୩୦ରୁ ଅଧିକ ନାବାଳିକାଙ୍କୁ ଯୌନ ନିର୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏ ଘଟଣାରେ ବିଳମ୍ବରେ କାର୍ୟ୍ୟାନୁଷ୍ଠାନ ଲାଗି, ନୀତୀଶ କୁମାର ସରକାରଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡିଛି। ରାହୁଲ ଗାନ୍ଧି ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ସମାଲୋଚନା କରନ୍ତି। ଏଥର ବିଜେପି ସହ ନୀତୀଶ କୁମାରଙ୍କୁ ମଧ୍ୟ ସମାଲୋଚନା କରିଥିଲେ ରାହୁଲ।

Leave A Reply

Your email address will not be published.