ବନ୍ଧୁତା ଦିବସରେ ଚାଲିଗଲା ତିନି ସାଙ୍ଗଙ୍କ ଜୀବନ

ବଲାଙ୍ଗିର : ବନ୍ଧୁତ୍ୱ ଦିବସରେ ଏକାସଙ୍ଗେ ଆରପାରିକୁ ଚାଲିଗଲେ ତିନି ସାଙ୍ଗ । ମର୍ମନ୍ତୁଦ ଦୁର୍ଘଟଣାରେ ଗଲା ତିନି ଜଣଙ୍କ ଜୀବନ । ଘଟଣା ଘଟିଛି ବଲାଙ୍ଗିର ପୁଇଁତଳା ବ୍ଲକ ସାତମାଇଲ ଛକରେ । ତିନି ଜଣ ସାଙ୍ଗ ରାତିରେ ଫ୍ରେଣ୍ଡସିପ୍‌ ଡେ ସେଲିବ୍ରେସନ୍‌ ସାରି ଗୋଟିଏ ବାଇକ୍‌ରେ ଫେରୁଥିଲେ । ଏହି ସମୟରେ ସାତମାଇଲି ଛକରେ ଅଜଣା ଗାଡ଼ି ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବଲାଙ୍ଗିର ମଲାପଡ଼ାର ଅଚ୍ୟୁତ ବଗର୍ତ୍ତି, ଲଳିତ କର ଓ ରାଜେଶ ବାଘ । ରାତିରେ ଖୁସିରେ ଫ୍ରେଣ୍ଡସିପ୍‌ ଡେ’ ସେଲିବ୍ରେସନ୍‌ କରିଥିଲେ । ଦିନ ଯାନ ଆଜି ସେଲିବ୍ରେସନ୍‌ ପାଇଁ ପ୍ଲାନିଂ ଥିବ ନିଶ୍ଚିତ । ହେଲେ ସବୁ ଖୁସି ନିମିଶକରେ ମିଳେଇ ଗଲା । ଅଧାରେ ରହିଗଲା ଫ୍ରେଣ୍ଡସିପ୍‌ ଡେ’ର ସେଲିବ୍ରେସନ୍‌ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.