ଘରେ ଏପରି ଭାବରେ ପ୍ରସ୍ତୁତ କରନ୍ତୁ ସ୍ବାଦିଷ୍ଟ ଗାଜର ଲଡୁ

ଆମ ସମସ୍ତଙ୍କୁ ଲଡୁ ଖାଇବା ବହୁତ ପସନ୍ଦ। ଲଡୁ ଏକ ଏମିତି ମିଠା ଯାହାକୁ ଏକ ଖାସ୍ ପର୍ବରେ ତିଆରି କରାଯାଇଥାଏ। ଆମେ ଆପଣଙ୍କୁ ଏକ ସ୍ବାଦିଷ୍ଟ ଲଡୁ ରେସିପି କହିବାକୁ ଯାଉଛୁ ଯାହା ଗାଜର, ନଡିଆ ଏବଂ କିସମିସ ଆଦିରେ ପ୍ରସ୍ତୁତ କରାଯାଏ। ଏହା ଏକ ଶୀଘ୍ର ପ୍ରସ୍ତୁତ ହେଉଥିବା ରେସିପି ଅଟେ।

ସାମଗ୍ରୀ 

ଏହି ଡିସକୁ ପ୍ରସ୍ତୁତ କରିବାରେ ଆପଣଙ୍କୁ ୧୫ ମିନିଟ୍ ସମୟ ଲାଗିପାରେ। ଆମେ ଆପଣଙ୍କୁ ଯେଉଁ ସାମଗ୍ରୀ ବିଷୟରେ ଏଇଠି ଜଣାଉଛୁ ତାହା ଦୁଇ ବ୍ୟକ୍ତିଙ୍କ ପାଇଁ । ଗାଜର ଲଡୁ ବନାଇବା ପାଇଁ ଆପଣ ୫ଟି ଗାଜର, ୧ ଚାମଚ ଘିଅ,୧/୪ ଚାମଚ ଅଳେଇଚ ପାଉଡର, ୧/୪ କପ୍ ନଡିଆ, କିସମିସ, ଆବଶ୍ୟକ ଅନୁଯାୟୀ ଚିନି ନିଅନ୍ତୁ।

ଏହା ସହ ପଢ଼ନ୍ତୁ : ଘରେ କିଛି ମିନିଟରେ ବନାନ୍ତୁ ବଜାର ଭଳି ପନୀର, ଏବେ ଆଉ ବାହାରୁ କିଣିବାକୁ ପଡିବ ନାହିଁ ଆବଶ୍ୟକତା

ପ୍ରଣାଳୀ

ଗାଜରକୁ କୋରି ତାହାକୁ ଫ୍ରାଏ କରନ୍ତୁ। ଏଥିରେ କୋରା ନଡିଆ ଏବଂ ଚିନି ପକାଇ ଭଲଭାବେ ମିଶାନ୍ତୁ। ସ୍ବାଦ ବଢ଼ାଇବା ପାଇଁ ଏଥିରେ ଅଳେଇଚ ପାଉଡର ପକାନ୍ତୁ। ଯେତେବେଳେ ଏହି ସବୁ ଜିନିଷ ଭଲଭାବେ ମିଶିଯିବ ଏବଂ ପାଣି ସୁଖି ଯାଏ ତେବେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏବେ ଏହି ମିଶ୍ରଣରେ ଲଡୁ ପ୍ରସ୍ତୁତ କରନ୍ତୁ ଏବଂ ସବୁ ଲଡୁରେ କିସମିସ ଲଗାଇ ସଜାଇ ଦିଅନ୍ତୁ। ଏବେ ଆପଣଙ୍କର ସ୍ବାଦିଷ୍ଟ ଗାଜର ଲଡୁ ପ୍ରସ୍ତୁତ ହୋଇଯାଇଛି।

Leave A Reply

Your email address will not be published.