ଯୁବକଙ୍କ ନିଦ ହଜାଇଲା ସନି ଲିଓନିଙ୍କ ମୋବାଇଲ୍ ନମ୍ବର, ପ୍ରତିଦିନ ଆସୁଛି ୫୦୦ରୁ ଅଧିକ ଫୋନ୍

ମୁଣ୍ଡବିନ୍ଧାର କାରଣ ହେଲା ମୋବାଇଲ୍ ନମ୍ବର । ଜଣେ ଯୁବକଙ୍କ ନିଦ ହଜାଇ ଦେଇଛି ଅଭିନେତ୍ରୀ ସନି ଲିଓନିଙ୍କ ମୋବାଇଲ୍ ନମ୍ବର । ପ୍ରିୟ ଷ୍ଟାର୍ ସନି ଲିଓନି ଙ୍କର ନମ୍ବର ଭାବି ଯୁବକଙ୍କ ନମ୍ବରକୁ ଫୋନ୍ କରୁଛନ୍ତି ପ୍ରଶଂସକ । ପିତମପୁରାର ଯେଉଁ ଯୁବକଙ୍କ ଏହି ମୋବାଇଲ୍, ଏଯାଏ ତାହା ଦେଶବିଦେଶରୁ ଶହ ଶହ କଲ୍ ଶୁଣିସାରିଛି । କାରଣ ପ୍ରତିଦିନ ଆସୁଛି ୫୦୦ ରୁ ଅଧିକ କଲ୍ । ଏହି ନମ୍ବର ସନି ଲିଓନି ଙ୍କର ନୁହେଁ ଏହା କହି କହି ଥକି ଗଲେଣି ପୀଡିତ ଯୁବକ । ଏପରିକି ଯୁବକଙ୍କ ଚାକିରି ମଧ୍ୟ ଯିବା ଅବସ୍ଥାରେ ।

ଏହା ସହ ପଢନ୍ତୁ ଭାରତୀୟ ମହିଳାଙ୍କୁ କୁଏତରେ ବିକି ଦେଇଥିଲା ପାକିସ୍ତାନୀ ଏଜେଣ୍ଟ, ଦେବଦୂତ ସାଜି ଘରକୁ ଫେରାଇ ଆଣିଲେ ସନ୍ନି ଦେଓଲ

ସୂଚନା ଅନୁସାରେ, ଫିଲ୍ମ ଅର୍ଜୁନର ପଟିଆଲାରେ ଏକ ସିନ୍ ଥିଲା । ଯେଉଁଥିରେ ଜଣେ ପୋଲିସ କର୍ମୀଙ୍କୁ ନିଜ ନମ୍ବର ଦେଉଛନ୍ତି ସନି । କିନ୍ତୁ ଯେଉଁ ନମ୍ବର ସନି ଦେଇଥିଲେ ତାହା ପ୍ରକୃତରେ ଦିଲ୍ଲୀର ଏକ ଘରୋଇ କମ୍ପାନୀରେ ସିନିୟର୍ ଏକଜିକ୍ୟୁଟିଭ ଭାବେ କାମ କରୁଥିବା ପୁନୀତ ଅଗ୍ରୱାଲଙ୍କର । କିନ୍ତୁ ପ୍ରଶଂସକ ଏହାକୁ ସନିଙ୍କ ନମ୍ବର ଭାବି ପ୍ରତିଦିନ କଲ୍ କରୁଛନ୍ତି । ଏପରିକି ବିଦେଶରୁ ଭିଡିଓ କଲ୍ ଆସୁଛି । ଫୋନ୍ ଉଠାଇବା ପରେ ଅଶ୍ଳଳ କଥା କହି ସନିଙ୍କୁ ଖୋଜୁଛନ୍ତି ଲୋକମାନେ । ଏପରିକି ଏହି କଲ୍ ଯୋଗୁଁ ପୁନୀତଙ୍କୁ ଚାକିରିରୁ ବାହାର କରିଦେବା ପାଇଁ ଚେତାବନୀ ମଧ୍ୟ ଦେଇଛି କମ୍ପାନୀ । ଅନ୍ୟପଟେ ବିରକ୍ତ ହୋଇ ସନି ଲିଓନିଙ୍କ ସହ ଫିଲ୍ମର ନିର୍ମାତା ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ପୁନୀତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.