ବୌଦ୍ଧ (କେନ୍ୟୁଜ୍) : ସ୍ପଷ୍ଟ ଦିବାଲୋକରେ ଲୁଟ୍। ବନ୍ଧୁକ ମୁନରେ ଲୁଟି ନେଲେ ୩ଲକ୍ଷ ୯୩ ହଜାର ଟଙ୍କା । ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠୁ ଭତ୍ତା ଟଙ୍କା ଲୁଟିନେଲେ। ଲମସେରି ପଞ୍ଚାୟତର ନିର୍ବାହୀ ଅଧିକାରୀ ବିପୁଲ ଦାସ ପଞ୍ଚାୟତ ଅଫିସରୁ ଦଶପଲ୍ଲା ଗଲାବେଳେ ୫ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସି ତାଙ୍କୁ ଅଟକାଇଥିଲେ। ଏହାପରେ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ମନମୁଣ୍ଡା ଥାନାରେ ଏତଲା ପରେ ଦୁର୍ବୃତ୍ତଙ୍କୁ ଧରିବାରୁ ପୋଲିସ ତଦନ୍ତ ଆରମ୍ଭ କରିଛି।