ନିଜର ମନ କଥା ଜଣାଇଲେ ଏହି ଟିଭି ଅଭିନେତ୍ରୀ, ଜାଣନ୍ତୁ କିଏ ସେ
ସାକ୍ରେଡ ଗେମ୍ସ ସିଜନ-୨ର ଷ୍ଟ୍ରିମିଂ ଅଗଷ୍ଟ ୧୪ ତାରିଖରୁ ଆରମ୍ଭ ହୋଇଗଲାଣି। ଏହି ୱେବ ସିରିଜକୁ ଦେଖିବା ପାଇଁ କେବଳ ସାଧାରଣ ଲୋକ ନୁହଁ ବରଂ ଟିଭି ଅଭିନେତ୍ରୀମାନେ ମଧ୍ୟ ପାଗଳ ରହିଛନ୍ତି। ଖାସ୍ ଏଥିପାଇଁ ଟିଭି ଅଭିନେତ୍ରୀ ଭୂମିକା ଗୁରଙ୍ଗ ସାକ୍ରେଡ ଗେମ୍ସକୁ ନେଇ ମଧ୍ୟ ନିଜ ମନକଥା କହିଛନ୍ତି।
ରିପୋର୍ଟ ମୁତାବକ, ସାକ୍ରେଡ ଗେମ୍ସରେ କାମ କରିବା ଭୂମିକାଙ୍କ ସ୍ୱପ୍ନ ଥିଲା। ଏହାକୁ ନେଇ ଭୂମିକା କହିଛନ୍ତି, ଆଜିକାଲିର ଶୋ’ରେ ନଗ୍ନତା ଏବଂ ବୋଲ୍ଡନେସ ଭରି ରହୁଛି। ଯାହାର ଆବଶ୍ୟକତା ଶୋରେ କେବେ ବି ନଥାଏ। କିନ୍ତୁ ନିର୍ମାତା ନିଜ ଶୋର କାହାଣୀରେ ଏହାକୁ ଭର୍ତ୍ତି କରାଉଛନ୍ତି। ମୁଁ ନଗ୍ନତା ବିଲକୁଲ ସମର୍ଥନ କରେନାହିଁ। କିନ୍ତୁ ଯଦି ବୋଲ୍ଡ ସିନ୍ କରିବାରେ ମୋର କୌଣସି ଆପତ୍ତି ନାହିଁ ବୋଲି ଭୂମିକା କହିଛନ୍ତି। ତାହା ଶୋର ପ୍ଲାଟଫର୍ମ ଉପରେ ନିର୍ଭର କରିଥାଏ।
ସୂଚନାଯୋଗ୍ୟ, ଭୂମିକା ଜଣାଶୁଣା ଟିଭି ଶୋ ‘ନିମକି ମୁଖିଆ’ର ଲିଡ ଅଭିନେତ୍ରୀ। ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲେ। କିନ୍ତୁ ଏବେ ଏହି ସିରିଅଲର ନାମକୁ ନିମକି ମୁଖିଆରୁ ‘ନିମକି ବିଧାୟକ’ ପରିବର୍ତ୍ତନ କରାଯାଇଛି।