ଦୁନିଆରେ ଏଭଳି ଏକ ହୋଟେଲ ରହିଛି, ଯାହା ଦେଖିବାକୁ ଖୁବ୍ ସ୍ବତନ୍ତ୍ର, ସୁନ୍ଦର ଏବଂ ରାଜପ୍ରାସାଦ ଭଳି। କିନ୍ତୁ ଆପଣ କେବେ ଏଭଳି ହୋଟେଲ ବିଷୟରେ ଶୁଣିଛନ୍ତି କି, ଯେଉଁଠାରେ ଶେଯରେ ଶୋଇଥିବା ଲୋକ କଡ଼ ଲେଉଟିଲା ମାତ୍ରେ ହିଁ ଗୋଟେ ଦେଶରୁ ଅନ୍ୟ ଦେଶକୁ ଚାଲି ଯାଇଥାନ୍ତି। ଆଜ୍ଞା ହଁ ଏକଥା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଏହି ହୋଟେଲ୍ ର ନା ହେଉଛି ଅର୍ବେସ ହୋଟେଲ୍। ଏହି ଅର୍ବେସ ହୋଟେଲ ଫ୍ରାକୋ-ସୁଇସେ ହୋଟେଲ ନାମରେ ମଧ୍ୟ ଜଣାଶୁଣା। ଏହି ହୋଟେଲ ଫ୍ରାନ୍ସ ଏବଂ ସ୍ବିଜରଲାଣ୍ଡ ସୀମାର ଲା କ୍ୟୋର ଅଞ୍ଚଳରେ ଅବସ୍ଥିତ। ଏହା ଦୁଇଟି ଦେଶ ମଧ୍ୟରେ ଆସିଥାଏ। ଏହି କାରଣରୁ ହୋଟେଲର ଦୁଇଟି ଠିକଣା ରହିଛି।
ସବୁଠାରୁ ଖାସ୍ କଥା ହେଉଛି ଏହି ହୋଟେଲ ଭିତରେ ଯିବା ମାତ୍ରେ ହିଁ ଲୋକମାନେ ଗୋଟେ ଦେଶରୁ ଅନ୍ୟ ଏକ ଦେଶରେ ପହଞ୍ଚି ଯାଇଥାନ୍ତି। ଦୁଇଟି ଦେଶର ସୀମାକୁ ଦୃଷ୍ଟିରେ ରଖି ଏହି ହୋଟେଲକୁ ବିଭାଜନ କରାଯାଇଛି। ଆପଣ ଏକଥା ଜାଣଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ କି ଏହି ହୋଟେଲ ବାର୍ ସ୍ବିଜରଲାଣ୍ଡରେ ପଡିଥାଏ ଏବଂ ବାଥ୍ରୁମ ଫ୍ରାନ୍ସରେ ରହିଛି। ଏହା ବ୍ୟତୀତ ଏଠାରେ ଥିବା ସମସ୍ତ ରୁମ୍ କୁ ଦୁଇ ଭାଗରେ ବଣ୍ଟା ଯାଇଛି। ଏହାର ଅଧା ଅଂଶ ଫ୍ରାନ୍ସରେ ଥିବା ବେଳେ ବାକି ଅଧା ଅଂଶ ସ୍ବିଜରଲାଣ୍ଡରେ ରହିଛି।
ଏହାସହ ପଢନ୍ତୁ: ମୃତ୍ୟୁର ଦ୍ୱୀପ : ଯିଏ ଥରେ ଯାଏ ଆଉ ଫେରେନା, ଜାଣନ୍ତୁ ଏହା ପଛର ଭୟଙ୍କର କାହାଣୀ. . .
ଏହି ହୋଟେଲ ଥିବା ସ୍ଥାନରେ ପ୍ରଥମେ ୧୮୬୨ ମସିହାରେ ଜଣେ ବ୍ୟକ୍ତି ଏଠାରେ ଏକ ଦୋକାନ କରୁଥିଲେ। ଶେଷରେ ୧୯୨୧ ମସିହାରେ ଜୁଲ୍ସ-ଜୀନ ଅର୍ବେସ ନାମକ ଜଣେ ବ୍ୟକ୍ତି ଏହି ଜାଗା କିଣିବା ପରେ ସେଠାରେ ଏକ ହୋଟେଲ ତିଆରି କରିଥିଲେ। ବର୍ତ୍ତମାନ ଯାହା ଫ୍ରାନ୍ସ ଏବଂ ସ୍ବିଜରଲାଣ୍ଡ ଭଳି ଦୁଇଟି ଦେଶର ପରିଚୟ ସୃଷ୍ଟି କରିପାରିଛି।