ଆନ୍ଧ୍ରପ୍ରଦେଶ : କୁର୍ଣ୍ଣୁଲ୍ ପଥର ଖାଦାନ ବିସ୍ଫୋରଣରେ ଗୁରୁତର ଆହତ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ବି. ଟି. ନୂଆଗାଁର ପାଣ୍ଡବ ଲେଙ୍କା । ଗୁରୁବାର ଅଧିକ ଚିକିତ୍ସା ପାଇଁ କୁର୍ଣ୍ଣୁଲ୍ ମେଡିକାଲରୁ ବିଶାଖାପାଟଣା ସ୍ଥାନାନ୍ତର ଯିବା ବେଳେ ଗତକାଲି ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ଜଣାପଡିବା ପରେ ଶୋକର ଛାୟା ଖେଳିଛି । ଗତ ୩ ତାରିଖରେ ବିଳମ୍ବିତ ରାତିରେ କୁର୍ଣ୍ଣୁଲ ହାତୀ ବେଲଗାଲ୍ ଗାଁ ପଥର କ୍ୱାରିରେ ଭୟାବହ ବିସ୍ଫୋରଣ ହୋଇଥିଲା । ଏଥିରେ ୫ ଜଣ ଓଡ଼ିଆଙ୍କ ସମେତ ୧୩ ଜଣ ଶ୍ରମିକ ପ୍ରାଣ ହରାଇଥିଲେ ।