ଦଳିତ ବିଜେପି ସାଂସଦଙ୍କୁ ଗାଁରେ ପଶିବାକୁ ଦେଲେନି ଗ୍ରାମବାସୀ, କହିଲେ ‘ଅଛୁଆଁ’

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଏପରି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଏଠାରେ ଗ୍ରାମବାସୀ ଜଣେ ଦଳିତ ବିଜେପି ସାଂସଦଙ୍କୁ ଗାଁରେ ପ୍ରବେଶ କରିବାକୁ ବାରଣ କରିଥିଲେ। ଏହି ଘଟଣାଟି ଚିତ୍ରଦୁର୍ଗ ସଂସଦୀୟ କ୍ଷେତ୍ର ଅଞ୍ଚଳରେ ଘଟିଛି। ଯେଉଁଠାରେ ବିଜେପି ସାଂସଦ ଏ ନାରାୟଣସ୍ୱାମୀ ଅନ୍ୟ ଜାତିର ହୋଇଥିବା ଯୋଗୁଁ ତାଙ୍କୁ ନିଜ ନିର୍ବାଚନୀ କ୍ଷେତ୍ରରେ ଥିବା ଏକ ଗାଁରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା। ନାରାୟଣସ୍ୱାମୀ ଏକ ଫାର୍ମା କମ୍ପାନୀର ଡାକ୍ତର ଏବଂ ଅଧିକାରୀ ମାନଙ୍କ ସହିତ ଏହି ଅଞ୍ଚଳର ଗସ୍ତ କରିଥିଲେ। ଫଳରେ ସାଂସଦ ଜଣକ ଯେଉଁ କାର୍ଯ୍ୟ ପାଇଁ ଗାଁକୁ ଯାଇଥିଲେ, ତାହା ନ କରି ଫେରି ଆସିଥିଲେ।

ଖବର ମୁତାବକ, ନାରାୟଣସ୍ୱାମୀଙ୍କୁ ଗୋଲା ସମୁଦାୟ ଦ୍ୱାରା ଅପମାନିତ କରାଯାଇଥିଲା। ସାଂସଦଙ୍କୁ ଏହି ସମ୍ପ୍ରଦାୟ ଅଛୁଆଁ ବୋଲି କହିଥିଲେ। ଏହି ସମୟରେ କିଛି ଲୋକ ଭାଜପା ସାଂସଦଙ୍କୁ ଗାଁରୁ ବାହାରି ଯିବାକୁ କହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଗାଁର କେଉଁ ଲୋକ ସାଂସଦଙ୍କୁ ଗାଁକୁ ଯିବାକୁ ବାରଣ କରିଥିଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।ଏହି ଘଟଣାକୁ ଯାଞ୍ଚ କରିବା ପାଇଁ ମଧ୍ୟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଘଟଣାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଏନ୍‌ ଅଶ୍ୱତ୍ଥ ନାରାୟଣ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଆମେ ସବୁ ସମାନ ଏବଂ ଆମ ଭିତରେ କୌଣସି ଭେଦଭାବ ରହିବା ଉଚିତ ନୁହେଁ।

Leave A Reply

Your email address will not be published.