ଚିନ୍ତା ବଢାଉଛି ତେଲ ଦର, ପୁଣି ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲ

କେନ୍ୟୁଜ୍: ଚିନ୍ତା ବଢାଉଛି ତେଲ ଦର । ପୁଣି ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲ । ଲିଟର ପିଛା ୬ରୁ ୭ ଟଙ୍କା ମଧ୍ୟରେ ବଢିବା ସମ୍ଭାବନା ରହିଛି । ସାଉଦି ଆରବରେ ଡ୍ରୋନ୍‌ ଆକ୍ରମଣ ପରେ ବଢୁଛି ତୈଳ ଦର । ତୈଳ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବାରୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୨୦ ପ୍ରତିଶତ ବୃଦ୍ଧି ପାଇଛି ଦର । ପ୍ରତିଦିନ ୫.୭ ମିଲିୟନ ବ୍ୟାରେଲ ଉତ୍ପାଦିତ ହେଉଥିବା ବେଳେ ଡ୍ରୋନ୍‌ ଆକ୍ରମଣ ପରେ ଉତ୍ପାଦନ ପ୍ରାୟ ଅଧା ହୋଇ ଯାଇଛି । ତେଣୁ ଅଶୋଧିତ ତୈଳ ବଜାରର ଚାହିଦା ମେଣ୍ଟାଇ ପାରୁନି ଉତ୍ପାଦନ । ଭାରତ ବିଶ୍ୱର ତୃତୀୟ ବୃହତ ତୈଳ ଆମଦାନୀକାରୀ ରାଷ୍ଟ୍ର । ତେଣୁ ଭାରତ ଉପରେ ଏହାର ଅଧିକ ପ୍ରଭାବ ରହିବ । ସେପଟେ ଦେଶରେ ପେଟ୍ରୋଲ ସଙ୍କଟ ଦୂର କରିବା ପାଇଁ ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡ୍ରୋନ୍‌ ଆକ୍ରମଣ ପରେ ଦେଶର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ସାଉଦି ଆରବ ସହ ଆଲୋଚନା କରାଯାଇଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଭାରତକୁ ତେଲ ଯୋଗାଣ ସୁନିଶ୍ଚିତ କରିବା ପାଇଁ କମ୍ପାନୀର କାର୍ଯ୍ୟନିର୍ବାହୀଙ୍କ ସହ ଭାରତୀୟ ରାଷ୍ଟ୍ରଦୂତ କଥା ହୋଇଥିଲେ । ଯୋଗାଣ ସ୍ୱାଭାବିକ ରହିବ, କୌଣସି ପ୍ରତିବନ୍ଧକ ସୃଷ୍ଟି ହେବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.