ବିବାହର ନକଲି ପ୍ରମାଣପତ୍ର ନେଇ କନ୍ୟା ପିତାଙ୍କୁ ମେସେଜ୍‌ କଲା ଯୁବକ, କହିଲା ମୁଁ ତୁମ ଝିଅ ସହ…

ଜଣଙ୍କ ବିବାହ ହେବ ଆଉ ସେ ନିଜେ ହିଁ ଏନେଇ ଅନଭିଜ୍ଞ ଥିବ, ଏଭଳି କ’ଣ କେବେ ସମ୍ଭବ! ମାତ୍ର ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ। ଦିଲ୍ଲୀରେ ଜଣେ ଏମ୍‌କମ୍‌ ଛାତ୍ରୀଙ୍କ ବିବାହ ଯୁବକଙ୍କ ସହ ହୋଇଥିବା ଯୁବକ ଜଣକ ଦାବି କରିଛନ୍ତି। ବିବାହର ଫଟୋ ମଧ୍ୟ ସେ ଝିଅର ବାପାଙ୍କୁ ପଠାଇଛନ୍ତି। ସମ୍ପୃକ୍ତ ଯୁବକଙ୍କ କହିବାନୁସାରେ ତାଙ୍କ ବିବାହ ଗାଜିଆବାଦରେ ଚଳିତ ଅଗଷ୍ଟ ୬ ତାରିଖରେ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ହୋଇଛି। ଯାହାର ଫଟୋ ସେ ଯୁବତୀଙ୍କ ବାପାଙ୍କୁ ହ୍ଵାଟ୍ସଆପ୍‌ରେ ପଠାଇଛନ୍ତି।

ଏହାସହ ପଢ଼ନ୍ତୁ: ସୁସ୍ଥ ମାନସିକତା ସହ ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ, ନିୟମିତ କରନ୍ତୁ ଏହି ୩ଟି ଯୋଗ

ତେବେ ଏନେଇ ଜଣାପଡ଼ିବା ପରେ ଛାତ୍ରୀଙ୍କ ବାପା ଜିଲ୍ଲାର ମାଜିଷ୍ଟେଟ୍‌ଙ୍କୁ ଅଭିଯୋଗ କରିଥିଲେ। ମାଜିଷ୍ଟ୍ରେଟ୍‌ ଘଟଣାର ତଦନ୍ତ ପାଇଁ ସିଟି ମାଜିଷ୍ଟ୍ରେଟ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ଶୁଣାଣି ପାଇଁ ମାଜିଷ୍ଟ୍ରେଟ୍‌ ଉଭୟ ପକ୍ଷଙ୍କୁ କୋର୍ଟକୁ ଡାକିଥିଲେ। ଯୁବତୀ ପରିବାର ସହ କୋର୍ଟକୁ ଆସିଥିବା ବେଳେ ଯୁବକ ଜଣକ ପହଞ୍ଚିନଥିବା ଦେଖିବାକୁ ମିଳିଛି।

ସେପଟେ ଘଟଣା ସମ୍ପର୍କରେ ଯୁବତୀଙ୍କ ବାପା ଦିଲ୍ଲୀର ଏକ ଥାନାରେ ଜାଲିଆତି କରିଥିବା ନେଇ ମାମଲା ରୁଜୁ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ସମ୍ପୃକ୍ତ ଯୁବକ ଫେସ୍‌ବୁକ୍‌ରୁ ଝିଅର ଫଟୋ ନେଇ ନକଲି ବିବାହ ସାର୍ଟିଫିକେଟ୍‌ ପ୍ରସ୍ତୁତ କରି ତାଙ୍କ ଝିଅକୁ ବଦ୍‌ନାମ କରିବାକୁ ଚେଷ୍ଟା କରୁଛି। ତେବେ ପୋଲିସ ମାମଲାର ତଦନ୍ତ କରି ଅତିଶୀଘ୍ର ଅଭିଯୁକ୍ତକୁ ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Leave A Reply

Your email address will not be published.