ରାଜ୍ୟରେ ୫ଟି ପ୍ରଭାବ, ଯାଜପୁର ଏସପିଙ୍କ ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଏସପିଙ୍କ ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ । ରାଜ୍ୟ ରେ ମୋ ସରକାର କାର୍ଯ୍ୟକ୍ରମ ର ସଫଳ ରୁପାୟନ ହେଉଛି କି ନାହିଁ ଏବଂ ମେଡିକାଲରୁ ଦଲାଲ ଓ ମେଡିସିନ ରିପ୍ରେଜେଣ୍ଟଟିଭ ହଟିଛନ୍ତି କି ନାହିଁ ତାହାର ଯାଂଚ କରିଛନ୍ତି ଯାଜପୁର ଏସପି ଚରଣ ସିଂ ମିନା। ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପସୁତି ବିଭାଗ ,ଶିଶୁ ବିଭାଗ ସହ ବିଭିନ୍ନ ଓ୍ୱାର୍ଡ ବୁଲି ଦେଖି ସାଧାରଣ ରୋଗୀଙ୍କୁ ବିଭିନ୍ନ ସମସ୍ୟା ପଚାରି ବୁଝିବା ସହ ମାଗଣା ଔଷଧ ଲାଗି ଲମ୍ବା ଲାଇନରେ ଥିବା ରୋଗୀଙ୍କୁ ଦଲାଲ ପ୍ରଭାବିତ କରୁଛନ୍ତି କି ନାହିଁ ପଚାରି ବୁଝିଥିଲେ । କୈାଣସି ଦଲାଲ ବା ମଧ୍ୟସ୍ଥି ହଇରାଣ ହରକତ କଲେ ଜିଲ୍ଲା ପୋଲିସର ସହାୟତା ନମ୍ବର ୧୦୦ ରେ କିମ୍ବା ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ ଏସପି ରୋଗୀକୁ ସୂଚନା ଦେଇଥିଲେ । ଏହି ଅଚାନକ ପରିଦର୍ଶନ ସମୟରେ ମେଡିକାଲ ସିଡିଏମଓ ଏବଂ ଯାଜପୁର ଥାନା ଅଧିକାରୀ ଆଶିଷ ସାହୁ ଉପସ୍ଥିତ ଥିଲେ ।

jajpur sp

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.