ଭୁବନେଶ୍ୱରରେ ଅନ୍ତଃରେଳବାଇ ଆରପିଏଫ୍‌ ହକି ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ରେଳବାଇ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି ୨୬ତମ ସନ୍ଧ୍ୟାରେ ଅନ୍ତଃରେଳବାଇ ସୁରକ୍ଷାବଳ (ଆର୍‌ପିଏଫ୍‌) ହକି ଟୁର୍ଣ୍ଣାମେଣ୍ଟ । ଏହାକୁ ଆରପିଏଫ୍‌ର ଆଇଜି ତଥା ମୁଖ୍ୟ ସିକ୍ୟୁରିଟି କମିଶନର ରାଜା ରାମ ଉଦଘାଟନ କରିଛନ୍ତି । ବିଭିନ୍ନ ରେଳବାଇ ଜୋନ୍‌ର ୭ଟି ଟିମ୍‌ ଏଥିରେ ଭାଗ ନେଉଛନ୍ତି । ଆସନ୍ତା ୧୩ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେବ । ପୂର୍ବତଟ ରେଳବାଇ ତରଫରୁ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ଦିଲ୍ଲୀ, କୋଲକାତା, େଓ୍ଵଷ୍ଟର୍ଣ୍ଣ ମୁମ୍ବାଇ, ଗୋରଖପୁର, ଚେନ୍ନାଇ, ଜବଲପୁର ଏବଂ ସେଣ୍ଟ୍ରାଲ ମୁମ୍ବାଇ ଦଳ ଭାଗ ନେଉଛନ୍ତି ।

RPF-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.