ଅଧିକ ପାମ୍ପଡ଼ ଖାଇବା ଦ୍ୱାରା ଶରୀରକୁ ହୋଇଥାଏ ଏହିଭଳି କ୍ଷତି, ଜାଣନ୍ତୁ କିପରି

ସାଧାରଣତଃ ଅନେକ ଲୋକଙ୍କୁ ପାମ୍ପଡ଼ ବହୁତ ପସନ୍ଦ ହୋଇଥାଏ । ସେଥିପାଇଁ ସେମାନେ ଅଧିକ ମାତ୍ରାରେ ପାମ୍ପଡ଼ ଖାଇଦେଇଥାନ୍ତି । କିନ୍ତୁ ମନେରଖନ୍ତୁ ଆପଣଙ୍କର ଏହି ସଉକ କେତେବେଳେବି ଶରୀର ପାଇଁ ମହଙ୍ଗା ପଡିପରେ । ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଯେ ପାମ୍ପଡ଼ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଶରୀରକୁ କେଉଁଭଳି ଭାବେ କ୍ଷତି ପହଞ୍ଚାଇ ଥାଏ ପାମ୍ପଡ଼ ।

ଶରୀର ସହ ଜଡିତ ଅନେକ ସମସ୍ୟା

ପାମ୍ପଡ଼ ପ୍ରସ୍ତୁତ କରିବା ସମୟରେ ଏଥିରେ ପ୍ରିଜରଭେଟିଭର ବ୍ୟବହାର କରାଯାଇଥାଏ । ଏହି ପ୍ରିଜରଭେଟିଭରେ ସୋଡିୟମ ମିଶାଯାଇଥାଏ ଯାହାଦ୍ୱାରା ପାମ୍ପଡ଼ର ସ୍ୱାଦ ବଢିଥାଏ କିନ୍ତୁ ଏହା ଶରୀରରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ ।

Image result for papad

କିଡନୀ ଓ ହାର୍ଟ ସହ ଜଡିତ ସମସ୍ୟା

ପାମ୍ପଡ଼ରେ ବ୍ୟବହାର କରାଯାଉଥିବା ପ୍ରିଜରଭେଟିଭ ଦ୍ୱାରା କିଡନୀ ତଥା ହାର୍ଟ ସହ ଜଡିତ ଅନେକ ରୋଗର ସମ୍ଭାବନା ବୃଦ୍ଧି ପାଇଥାଏ ।

ମୋଟାପଣ ବୃଦ୍ଧି ହେବା

ପାମ୍ପଡ଼ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ । କାରଣ ଏଥିରେ ଦୁଇଟି ରୁଟି ପରିମାଣର କ୍ୟାଲୋରୀ ରହିଥାଏ । ଯଦି ଆପଣ ନିଜର ଓଜନ କମ କରିବାକୁ ଚାଁହୁଛନ୍ତି ତାହେଲେ ନିଶ୍ଚିତ ଭାବେ ଆପଣଙ୍କୁ ଏହାର ସେବନ ବନ୍ଦ କରିବାକୁ ପଡିବ ।

ଏହାସହ ପଢନ୍ତୁ ନିୟମିତ ଭାବେ ସେବନ କରନ୍ତୁ ମାତ୍ର ଗୋଟେ ମାସ, ଶରୀରରେ ରହିବନି କୌଣସି ଅଭାବ

Image result for papad

ଏସିଡ଼ିଟି ବା ଗ୍ୟାସର ସମସ୍ୟା

ପାମ୍ପଡ଼ ପ୍ରସ୍ତୁତ କରିବା ସମୟରେ ଏଥିରେ ଅଧିକ ମାତ୍ରାରେ ମସଲା ତଥା ଆର୍ଟିଫିସିଆଲ ଫ୍ଲେବରର ବ୍ୟବହାର କରାଯାଇଥାଏ । ଯାହାଦ୍ୱାରା ଶରୀରରେ ଗ୍ୟାସ ଓ ଏସିଡ଼ିଟି ଭଳି ସମସ୍ୟା ଦେଖାଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.