Below header

କୋରାପୁଟ ଜୟପୁରର ଯୁବ ବିଜ୍ଞାନୀ ଗିରୀଶଙ୍କ ମନୋ କ୍ୟାମେରା ଉଦ୍ଭାବନ, ଇସ୍ରୋ ଦ୍ୱାରା ପୁରସ୍କୃତ

ଜୟପୁର (କେ ନ୍ୟୁଜ୍‌) : ଏକାଧିକ କ୍ୟାମେରା ନୁହେଁ ମନୋ କ୍ୟାମେରା ବା ଗୋଟିଏ କ୍ୟାମେରା ଦ୍ୱାରା ପ୍ରତ୍ୟେକ ବସ୍ତୁର ଗତି, ଅବସ୍ଥିତି ଓ ଦୂରତା ଅତି ନିର୍ଭୁଲ ଭାବରେ ଗଣନା କରିହେବ। ଏହା କରି ଦେଖାଇଛନ୍ତି ପଛୁଆ ଜିଲ୍ଲାର ଆଗୁଆ ଯୁବକ l

GIRISH-7

ରାଉରକେଲା ଏନଆଇଟିରେ ବି-ଟେକ ପଢୁଥିବା ଜୟପୁରର ପୁଅ ଭି. ଗିରୀଶଙ୍କର ଏହି ପ୍ରକଳ୍ପ ଇସ୍ରୋ ବୈଜ୍ଞାନିକଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଛି । ଯାହା ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । କୋରାପୁଟ ଏହି ଯୁବକଙ୍କ ନୂଆ ଉଦ୍ଭାବନ ଇସ୍ରୋରେ ପ୍ରଥମ ପୁରସ୍କାର ପାଇଛି । ଗିରୀଶଙ୍କର ମନୋ କ୍ୟାମେରା ବର୍ତ୍ତମାନ ଚର୍ଚ୍ଚାରେ।

GIRISH-5

ଆଗକୁ ଅନେକ ଯୋଜନା ରଖିଛନ୍ତି ଗିରୀଶ । ସୁଯୋଗ ମିଳିଲେ ସେ ତାଙ୍କର ସମସ୍ତ ଚିନ୍ତାଧାରାକୁ ବାସ୍ତବ ରୂପ ଦେଇ ପାରିବେ ବୋଲି କହିଛନ୍ତି । ଆହୁରି ମଧ୍ୟ ସଂସ୍କୃତି ଓ ଟେକନୋଲୋଜିଙ୍କୁ ସାଙ୍ଗରେ ନେଇ କାମ କରିବେ ବୋଲି କହିଛନ୍ତି ଗିରୀଶ ।

GIRISH-6

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.