Odisha News
.

ନିୟମିତ ଭାବେ ସେବନ କରନ୍ତୁ ମାତ୍ର ଗୋଟେ ମାସ, ଶରୀରରେ ରହିବନି କୌଣସି ଅଭାବ

ପ୍ରତ୍ୟେକ ମଣିଷର ଶରୀରରେ ସବୁବେଳେ କିଛି ନା କିଛି ଜିନିଷର ଅଭାବ ରହିଥାଏ । ସେଥିପାଇଁ ଆମକୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅନେକ ଜିନିଷ ଖାଇବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଙ୍କ ଏପରି ଜିନିଷ ଖାଇବାକୁ କହୁଛୁ ଯାହାକୁ ମାତ୍ର ଗୋଟିଏ ମାସ ପ୍ରତିଦିନ ସେବନ କଲେ ଆପଣଙ୍କ ଶରୀରରେ ଆଉ କୌଣସି ତତ୍ତ୍ୱର ଅଭାବ ରହିବ ନାହିଁ । ଆଜ୍ଞା ହଁ ଏହା ହେଉଛି କିସମିସ । ଯାହାକୁ ପ୍ରତିଦିନ ଖାଇବା ଦ୍ୱାରା ଆମ ଶରୀରରେ ରହିନଥାଏ କୌଣସି ଅଭାବ । ଜାଣନ୍ତୁ କିସମିସର ଫାଇଦା ।

Image result for kismis

  • କିସମିସରେ ଭରପୁର ମାତ୍ରାରେ ଆଇରନ ରହିଥାଏ ସେଥିପାଇଁ ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦେଖାଯାଇନଥାଏ ।
  •  କିସମିସ ଖାଇବା ଦ୍ୱାରା ମହିଳା ମାନଙ୍କର ରଙ୍ଗରେ ପରିବର୍ତ୍ତନ ଆସିଥାଏ ଏହାସହିତ କେଶ ଝାଡ଼ିବା ଓ ମୁଣ୍ଡବିନ୍ଧା ମଧ୍ୟ ଦୂର ହୋଇଥାଏ ।
  •   ପ୍ରତିଦିନ ଏକ ଗ୍ଲାସ ଖିରରେ କିସମିସ ଫୁଟାଇ ଖାଇବା ଦ୍ୱାରା ଏହା ଅର୍ଶ ଏବଂ ପାଚନ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ ।
  •   ପ୍ରତିଦିନ ୪ଟି କିସମିସ ଏକ ଗ୍ଲାସ କ୍ଷୀରରେ ଫୁଟାଇ ଖାଇବା ଦ୍ୱାରା ଏହା ଅତି ପୁରୁଣା ଥଣ୍ଡା, ସର୍ଦ୍ଦି ଓ ଶରୀରର ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

  • କିସମିସରେ ବିଟା କ୍ୟାରୋଟିନ ଭରପୁର ମାତ୍ରାରେ ରହିଥାଏ । ଯାହାଦ୍ୱାରା ଆଖିର ଜ୍ୟୋତି ପ୍ରଖର ହୋଇଥାଏ  ।
  •  ଛୋଟ ପିଲାମାନଙ୍କ ପାଇଁ କିସମିସ ବହୁତ ଲାଭକାରୀ ହୋଇଥାଏ । ସେମାନଙ୍କୁ ପ୍ରତିଦିନ ୨ଟି କିସମିସ ଖୁଆଇବା ଦ୍ୱାରା ତାଙ୍କର ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ପାଇଥାଏ ଓ ସେମାନେ ଯେକୌଣସି ରୋଗଠାରୁ ଦୁରେଇ ରହିଥାନ୍ତି ।
  • କିସମିସରେ ଅଧିକ ମାତ୍ରାରେ କ୍ୟାଲସିୟମ ରହିଥାଏ । ସେଥିପାଇଁ ପ୍ରତିଦିନ କିସମିସ ଖାଇବା ଦ୍ୱାରା ହାଡ଼ ମଜଭୁତ ହୋଇଥାଏ ଏବଂ ଗଣ୍ଠି ତଥା ଓଷ୍ଟ୍ରିୟୋପୋରୋସିସ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

Leave A Reply

Your email address will not be published.