ଯାଜପୁର ରୋଡ( କେ ନ୍ୟୁଜ): ବେଆଇନ ମୋରମକ ଟ୍ରକ ଜବତ। କଟକ ବନାଞ୍ଚଳ ଅନ୍ତର୍ଗତ ଯାଜପୁର ରୋଡ ରେଞ୍ଜ ଅଧୀନସ୍ଥ ପଛିକୋଟ କୋରାବନ୍ଦୀ ମୌଜାରୁ ମୋରମ୍ ଲୁଟ କରୁଥିବା ୫ଟି ହାଇୱା କୁ ଜବତ କରିଛନ୍ତି ଯାଜପୁର ଫରେଷ୍ଟ ଅଧିକାରୀ।
ବେଆଇନ ଭାବେ ମୋରମ୍ ଉତୋଳନ କରୁଥିବା ହାଇୱା ଗୁଡିକର ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି। ତେବେ ବିନା କୌଣସି କାଗଜ ପତ୍ରରେ ଗାଡି ଗୁଡିକ ଜଙ୍ଗଲ ଜମିରୁ ମୋରମ୍ ଉତୋଳନ କରୁଥିବା ରଗଡି ବିଟର ଫରେଷ୍ଟ ଗାର୍ଡ ବେଣୁଧର ବେହେରା ସୂଚନା ଦେଇଛନ୍ତି।
ଏଥି ସହିତ ମୋରମ୍ ଖୋଲାରେ ଲାଗୁଥିବା ୨୨୦ ପ୍ରୋକଲିନ୍ କୁ ମଧ୍ଯ ଜବତ କରିଛି ବନ ବିଭାଗ।