ଦୀପିକାଙ୍କ ଫଟୋରେ ରଣବୀର କଲେ ଏମିତି କମେଣ୍ଟ, ଉତ୍ତରରେ ଦୀପିକା କହିଲେ ‘’ ଘରପେ ଆ… ବତାତି ହୁଁ ’’

ବଲିଉଡ୍‌ର ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରୁ ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହ ସୋସିଆଲ ମିଡିଆରେ ଅଧିକ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ପରସ୍ପରର ଫଟୋ ଉପରେ କମେଣ୍ଟ କରି ତ ଆଉ କେବେ କପଲ ଫଟୋ ସେୟାର କରି ସେମାନେ ଫ୍ୟାନ୍‌ଙ୍କ ଧ୍ୟାନ ଆକର୍ଷଣ କରିଥାନ୍ତି। ତେବେ ବର୍ତ୍ତମାନ ଏହି ଲଭ୍‌ ବାର୍ଡ ଆଉ ଏକ ଫଟୋକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଦୀପିକାଙ୍କ ଫଟୋରେ କମେଣ୍ଟ କରି ଏବେ ଚର୍ଚ୍ଚାରେ ଅଛନ୍ତିି ରଣବୀର।

ଏହାସହ ପଢ଼ନ୍ତୁ: ଚିରାଫଟା ଡ୍ରେସ୍‌ରେ ବୁଲୁଛନ୍ତି ସାରା, କ’ଣ ହୋଇଛି କି ତାଙ୍କର?

ଦୀପିକା ପାଦୁକୋନ୍‌ ନିଜର ଏକ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏଥିରେ ରଣବୀର ସିଂହ କମେଣ୍ଟ କରି ଲେଖିଛନ୍ତି ‘‘ଆଉଟିକେ ପାଖକୁ’’। ଏହି କମେଣ୍ଟକୁ ୧୬ ହଜାରରୁ ଅଧିକ କମେଣ୍ଟ ମିଳିଛି। ତେବେ ଏହି କମେଣ୍ଟରେ ଦୀପିକାଙ୍କ ରିପ୍ଲାଏ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଦୀପିକା ରିପ୍ଲାଏ କରି ଲେଖିଛନ୍ତି, ‘’ ଆଛା! ଘରପେ ଆ… ବତାତି ହୁଁ ’’(‘‘ଆଛା! ଘରକୁ ଆସ… କହୁଛି’’)। ଦୀପିକାଙ୍କ ଏହି ରିପ୍ଲାଏ ଫ୍ୟାନ୍‌ଙ୍କୁ ଖୁବ୍‌ ପସନ୍ଦ ଆସିଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ଦୀପିକାଙ୍କୁ ଖୁବ୍‌ଖୀଘ୍ର ଦର୍ଶକେ ଛପାକ ଫିଲ୍ମରେ ଦେଖିବାକୁ ପାଇବେ। ଏହି ଫିଲ୍ମରେ ସେ ଜଣେ ଏସିଡ୍‌ ଆଟାକ୍‌ ଝିଅ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ଏପ୍ରିଲ ୧୦ ତାରିଖରେ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.