ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର ଓ ଆଗଧାଡ଼ିର ହିରୋଇନ୍ କରୀନା କପୁରଙ୍କ ଅଭିନୀତ ଫିଲ୍ମ ଗୁଡ୍ ନ୍ୟୁଜ୍ ଖୁବ୍ଶୀଘ୍ର ପରଦାକୁ ଆସିବାକୁ ଯାଉଛି। ଏହି ଫିଲ୍ମରେ ସିଙ୍ଗର ଦିଲଜୀତ୍ ଦୋସାଞ୍ଝ ଓ ଅଭିନେତ୍ରୀ କିଆରା ଆଡବାନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମର ସୁଟିଂ ଶେଷ ହୋଇଛି। ଧର୍ମା ପ୍ରଡକ୍ସନ୍ ବ୍ୟାନରର ନିର୍ମିତ ଏହି ମୁଭି ଚଳିତ ୨୭ ତାରିଖରେ ପ୍ରେକ୍ଷାଳୟକୁ ଆସିବ। ଫିଲ୍ମରେ ଭରପୁର କମେଡି ଥିବା ଟ୍ରେଲରରୁ ଜଣାଯାଇଛି। ଫିଲ୍ମ ରିଲିଜ୍ ହେବାକୁ ଆହୁରି କିଛି ଦିନ ଥିବା ବେଳେ ଫିଲ୍ମର ସୁଟିଂ ବେଳର କିଛି ମଜାଳିଆ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଅକ୍ଷୟ, କରୀନା, କିଆରା ଓ ଦିଲଜିତ୍କୁ କୁଲ ମୁଡ୍ରେ ଦେଖିବାକୁ ମିଳିଛି। ଆରମ୍ଭରେ ଅକ୍ଷୟ କୁମାର ଜଣେ ବ୍ୟକ୍ତିଙ୍କ ମଜାକ୍ ଉଡାଉଥିବା ନଜର ଆସିଛନ୍ତି। କୋ ଷ୍ଟାର କରୀନାଙ୍କୁ ହଇରାଣ କରିବା ପାଇଁ ଅକ୍ଷୟ ସୁଟିଂ ବେଳେ ବାରମ୍ବାର ରିଟେକ୍ କରୁଥିବା ଦେଖିବାକୁ ମିଳିଛି।
ଏହାସହ ପଢ଼ନ୍ତୁ: ଦବଙ୍ଗ ୩ର ‘ମୁନ୍ନା ବଦନାମ ହୁଆ’ ଗୀତ ରିଲିଜ୍, ନୂଆ ମୁନ୍ନି ସହ ଧୁମ୍ ନାଚିଲେ ଚୁଲ୍ବୁଲ୍ ପାଣ୍ଡେ; ଦେଖନ୍ତୁ ଭିଡିଓ
ଗୁଡ ନ୍ୟୁଜ୍ ସେଟ୍ର ଏହି ଭିଡିଓକୁ ଦିଲଜିତ୍ ଦୋସାଞ୍ଝ ନିଜ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି। କ୍ୟାପସନ୍ରେ ଲେଖିଛନ୍ତି ମୋ ଆଖପାଖରେ ଥିବା ସମସ୍ତ ମଜାଳିଆ ଲୋକଙ୍କୁ ପାଇ ମୁଁ ଧନ୍ୟ।