ଏୟାରପୋର୍ଟରେ ରାନୁମଣ୍ଡଳଙ୍କୁ ସେଲ୍ଫି ନେବାକୁ ଡାକିବାରୁ ଦେଲେ ଏମିତି ରିଆକସନ୍‌, ଦେଖନ୍ତୁ ଭାଇରାଲ ଭିଡିଓ

ରେଳ ଷ୍ଟେସନ୍‌ରେ ଗୀତ ଗାଇ ଲାଇମ୍‌ ଲାଇଟ୍‌କୁ ଆସିଥିବା ରାନୁ ମଣ୍ଡଳ ଷ୍ଟାର ହେବା ପରେ ଆଉ ସାଧାରଣ ଲୋକଙ୍କ ସହ ମିଶିବାକୁ ପସନ୍ଦ କରୁନାହାନ୍ତି। ଫ୍ୟାନଙ୍କୁ ବି ସେ ଦୁର୍ବ୍ୟବହାର କରୁଥିବା ଭିଡିଓ କିଛିଦିନ ପୂର୍ବରୁ ଦେଖିବାକୁ ମିଳିଥିଲା। ଜଣେ ଫ୍ୟାନ୍‌ ରାନୁଙ୍କୁ ସେଲ୍‌ଫି ନେବାକୁ ଡାକିବାରୁ ସେ ଚିହିଁକି ଉଠି ତାଙ୍କୁ ଏଭଳି ଡାକିବାର କାରଣ ପଚାରି ଲଜ୍ଜିତ କରିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଲୋକେ ରାନୁଙ୍କୁ ଟ୍ରୋଲ୍‌ କରିଥିଲେ। ଏବେ ପୁଣି ଥରେ ରାନୁ ମଣ୍ଡଳଙ୍କ ଆଉ ଏକ ଭିଡିଓ ଟିକ୍‌ଟକ୍‌ରେ ଭାଇରାଲ ହୋଇଛି। ଭିଡିଓରେ ରାନୁଙ୍କୁ ଆଉ ଥରେ ସେଲ୍ଫି ପାଇଁ ହଟହଟା ହେବାକୁ ପଡ଼ିଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

ଟିକ୍‌ଟକ୍‌ରେ ରାନୁ ମଣ୍ଡଳଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଜଣେ ଫ୍ୟାନ୍‌ ପୋଷ୍ଟ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାନୁ ମଣ୍ଡଳ ଏୟାରପୋର୍ଟରେ ଠିଆ ହୋଇ ବିମାନକୁ ଅପେକ୍ଷା କରିଛନ୍ତି। ଏହି ସମୟରେ ଜଣେ ଫ୍ୟାନ୍‌ ଆସି ତାଙ୍କ ସହ ସେଲ୍‌ଫି ଉଠାଇବାକୁ ଚାହିଁଛନ୍ତି। କିନ୍ତୁ ରାନୁ ଫ୍ୟାନ୍‌ଙ୍କ ଫଟୋକୁ ଧ୍ୟାନ ନ ଦେଇ ଫ୍ଲାଇଟକୁ ଚାହିଁଥିବା ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ: ଗୁଡ୍‌ନ୍ୟୁଜ୍‌ ସୁଟିଂସେଟ୍‌ରୁ ଭାଇରାଲ ହେଲା ମଜାଳିଆ ଭିଡିଓ, ଦେଖନ୍ତୁ କେମିତି କରୀନାଙ୍କୁ ହଇରାଣ କରୁଛନ୍ତି ଅକ୍ଷୟ

ରାନୁ ମଣ୍ଡଳଙ୍କ ଏଭଳି ବ୍ୟବହାରକୁ କିଛିି ଫ୍ୟାନ୍‌ ଅଧିକ ଗର୍ବ ବୋଲି କହିଥିବା ବେଳେ ଆଉ କିଛି ଯୋଗ୍ୟତାଠୁ ଅଧିକ ମିଳିଲେ ଲୋକଙ୍କ ବ୍ୟବହାର ଏମିତି ବଦଳିଯାଏ ବୋଲି କହିଛନ୍ତି। ଏହି ଭିଡିଓକୁ ଟିକ୍‌ଟକ୍‌ରେ ୧ ମିଲିୟନ୍‌ ଲାଇକ୍‌ ମିଳିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.