ଆଠଗଡ଼: ବାହାଘର ବରଯାତ୍ରୀରେ ତୁମୁଳକାଣ୍ଡ, ଗଣ୍ଡଗୋଳରେ ୧୫ରୁ ଅଧିକ ଆହତ

ଆଠଗଡ଼: ବାହାଘର ବରଯାତ୍ରୀରେ ତୁମୁଳକାଣ୍ଡ। ଗଣ୍ଡଗୋଳରେ ୧୫ରୁ ଅଧିକ ଆହତ ହୋଇଛନ୍ତି। ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ଗତକାଲି ରାତିରେ ବାରଙ୍ଗ ଥାନା ମୁଣ୍ଡୁଳିରୁ ଏକ ବରଯାତ୍ରୀ ଦଳ ଆଠଗଡ଼ ଆସିଥିଲେ। ଏମାନଙ୍କ ମଧ୍ୟରେ ନିଶାଶକ୍ତ ଅବସ୍ଥାରେ ଥିବା କିଛି ଯୁବକ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ସହିତ ପାଟିତୁଣ୍ଡ କରିଥିଲେ। ଏହାପରେ ଗଣ୍ଡଗୋଳ ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ବରଯାତ୍ରୀଙ୍କ ମଧ୍ୟରେ କିଛି ନିଶାଶକ୍ତ ଥିବା ଯୁବକ ସ୍ଥାନୀୟ ଦୁଇ ଯୁବକଙ୍କୁ ମାଡ ମାରିଥିଲେ। ସଂଘର୍ଷ ଉଗ୍ର ହୋଇ ପାଖରେ ଥିବା ୬ଟି ଗଡି ମଧ୍ୟ ଭାଙ୍ଗିରୁଜି ଯାଇଥିଲା। ଆଠଗଡ଼ ଥାନା ଅଧିକାରୀ, SDPO ଓ ତିଗିରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।

Leave A Reply

Your email address will not be published.