Below header

SAIL ଜାରି କଲା ୩୯୯ ପଦ ପାଇଁ ନିଯୁକ୍ତି ସୁଯୋଗ, ଦରମା ୯ ଲକ୍ଷ

ଭାରତୀୟ ଇସ୍ପାତ ପ୍ରାଧିକରଣ( SAIL) ନିଜର ନିଯୁକ୍ତି ପାଇଁ ସୁଯୋଗ ବାହାର କରିଛି । GATE  -୨୦୧୯ ମାଧ୍ୟମରେ ୩୯୯ ମେନେଜମେଣ୍ଟ ଟ୍ରେନି ପଦ ପାଇଁ ଆବେଦନ କରିବାକୁ ନୋଟିସ ଜାରି କରିଛନ୍ତି । ଏଥିପାଇଁ ଇଛୁକ ଥିବା ପ୍ରାର୍ଥୀ ମାନେ ୧୫ ଡିସେମ୍ବର ପୂର୍ବରୁ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ । ଏହା ପୂର୍ବରୁ ସେଲ ମେ ମାସରେ ୧୪୨ ପଦ ପାଇଁ ନିଯୁକ୍ତି ପତ୍ର ବାହାର କରିଥିଲେ । SAIL  ଦ୍ୱାରା ଜାରି କରାଯାଇଥିବା ଅଧିସୂଚନା ଅନୁଯାୟୀ ଏଥର ଖାଲି ପଡିଥିବା ୩୯୯ ପଦ ପାଇଁ ଆବେଦନ ପତ୍ର ଜାରି କରାଯାଇଛି । ଏବେ ଆସନ୍ତୁ ଜାଣିବା ପଦ ଗୁଡିକର ବିବରଣୀ:

୧. ମେକାନିକାଲ ଇଂଜିନିୟରିଂ- ୧୫୬

୨.କେମିକାଲ ଇଂଜିନିୟରିଂ- ୩୦

୩. ମେଟାଲର୍ଜିକାଲ ଇଂଜିନିୟରିଂ- ୬୭

୪. ଇଂନଶତ୍ରୁମେଂଟସନ ଇଂଜିନିୟରିଂ- ୩୬

୫. ଇଲେକ୍ଟ୍ରିକାଲ ଇଂଜିନିୟରିଂ- ୯୧

୬. ମାଇନିଂ ଇଂଜିନିୟରିଂ-୧୯

ଏହା ସହ ପଢନ୍ତୁ: ମହଙ୍ଗା ଝଟକାରେ ଲୋକେ ହେବେ ବେହାଲ, ଏବେ ଅଣ-ସବସିଡି ଏଲପିଜି ସିଲିଣ୍ଡରର ବଢ଼ିଲା ଦାମ୍‌

ଆବେଦନର ସମୟ–  ଅନଲାଇନ ପଞ୍ଜିକରଣ ପାଇଁ ୨୦୧୯ ମସିହା ନଭେମ୍ବର ମାସ ୨୫ ତାରିଖ ପ୍ରଥମ ତାରିଖ ଥିବା ବେଳେ ଡିସେମ୍ବର ମାସ ୧୫ ତାରିଖ ଶେଷ ତାରିଖ ରଖାଯାଇଛି ।

କେମିତି କରାଯିବ ଚୟନ:

କେଵଲ ସର୍ଟ ଲିସ୍ଟେଡ଼ ହୋଇଥିବା ପ୍ରାର୍ଥୀ ମାନଙ୍କୁ ଗ୍ରୁପ ଡିସ୍କସନ ଓ ଇଣ୍ଟରଭିଉ ପାଇଁ ଉପସ୍ଥିତ ରହିବାକୁ ସୂଚନା ଦିଆଯାଇଛି । ନିର୍ଦ୍ଧେଶ ଅନୁଯାୟୀ ଆଶାୟୀ ପ୍ରାର୍ଥୀମାନେ SAIL  ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଇଞ୍ଜିନିୟରିଂ ଛାତ୍ର ଛାତ୍ରୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଅଟେ । ପ୍ରାର୍ଥୀ ନିଜ ବିଷୟରେ ଅତି କମରେ ୬୫ ପ୍ରତିଶତ ନମ୍ବର ରଖିବା ସହ ତାଙ୍କ ପାଖରେ ନିହାତି ଭାବେ ଇଂଜିନିୟରିଂ ଡିଗ୍ରୀ ରହିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.