ଭଦ୍ରକ(କେନ୍ୟୁଜ୍): ପବିତ୍ର ସମ୍ପର୍କରେ ପାପର ଛିଟା । ପ୍ରଥମେ ନାବାଳିକା ଝିଆରୀକୁ ଦୁଷ୍କର୍ମ ଅଭିଯୋଗ । ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ମୋବାଇଲରେ ରଖି ତିନି ମାସ ହେବ ବ୍ଲାକମେଲ୍ କରୁଥିଲା ସଂପର୍କୀୟ ଦାଦା । ଏ ସଂପର୍କରେ କାହାକୁ ଜଣାଇଲେ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଉଥିଲା । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଅଞ୍ଚଳରୁ । ଅଭିଯୋଗ ଅନୁସାରେ, ଅଭିଯୁକ୍ତ ବିଚିତ୍ର ମାଝି ପୀଡିତାଙ୍କୁ ଘରେ କେହି ନଥିବାର ସୁଯୋଗ ନେଇ ଦୁଷ୍କର୍ମ କରିଥିଲା । ଏହାର ଭିଡିଓ ସୁଟିଂ କରି ବ୍ଲାକମେଲ୍ କରିଆସୁଥିଲା । ଏନେଇ ପୀଡିତାଙ୍କ ପରିବାର ଅଭିଯୁକ୍ତଙ୍କ ପରିବାରକୁ ପଚାରିବାରୁ ସେମାନେ ଓଲଟା ଆକ୍ରମଣ କରିଥିଲେ । ପୋଲିସ ଅଭିଯୁକ୍ତ ବିଚିତ୍ରକୁ ଗିରଫ କରିଛି । ଅଭିଯୁକ୍ତର ଦୁଇ ଭାଇଙ୍କୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି ।