ଯାଜପୁର: ସର୍ଟ ସର୍କିଟ ଯୋଗୁଁ ଜଳିଗଲା ୫ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଯାଜପୁର(କେନ୍ୟୁଜ): ସର୍ଟ ସର୍କିଟ ଯୋଗୁ ଜଳିଗଲା ୫ବଖରା ଘର। ଫଳରେ ସମସ୍ତ ଆସବାବପତ୍ର ପୋଡି ପାଉଁଶ। ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା ବରୀ ବ୍ଲକ ଭଅଁରା ପଞ୍ଚାୟତ ସଙ୍ଗୁଅ ଗଦେଇପୁର ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ। ଗ୍ରାମର ନବଘନ ରାଉତ ଓ ଲାଲବିହାରୀ ରାଉତଙ୍କ ଘରେ ହଠାତ ନିଆଁ ଲାଗିଯାଥିଲା। ସଙ୍ଗେ ସଙ୍ଗେ ଗୋଟିଏ ବଖରାରୁ ଅନ୍ୟ ବଖରାକୁ ନିଆଁ ବ୍ୟାପି ଯାଇଥିଲା।

ଖବର ପାଇ ବରୀ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସେତେବେଳେକୁ ସବୁ ଜଳି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇ ଥିବା ଆକଳନ କରାଯାଇଛି।

Leave A Reply

Your email address will not be published.