ଜାଣନ୍ତୁ ରାତ୍ରି ଭୋଜନର ଉପଯୁକ୍ତ ସମୟ ଯାହାଦ୍ୱାରା ବଢିବନି ଓଜନ ଏବଂ ଆପଣାନ୍ତୁ ଏହି ପାଞ୍ଚଟି ଡିନର ଟିପ୍ସ

ବଢୁଥିବା ଓଜନକୁ ନେଇ ପ୍ରାୟ ଅଧିକାଂଶ ଲୋକ ଚିନ୍ତିତ ରହୁଛନ୍ତି । ଏହାର କାରଣ ହେଉଛି ମୋଟାପଣ, ହାଇ ବ୍ଲଡ଼ ପ୍ରେସର, କୋଲେଷ୍ଟ୍ରଲ, ହାର୍ଟ ରୋଗ ଇତ୍ୟାଦି । ଏହାସହିତ ଅନେକ ରୋଗର ଆଶଙ୍କା ମଧ୍ୟ ବଢ଼ିଯାଇଥାଏ । ଓଜନ କମ କରିବା ପାଇଁ ଅଧିକାଂଶ ଲୋକ ନିଜର ସକାଳ ଜଳଖିଆ ଓ ଦିନର ଖାଦ୍ୟ ଉପରେ ଧ୍ୟାନ ଦେଇଥାନ୍ତି । ତେବେ ରାତ୍ରି ଭୋଜନକୁ ନେଇ ଅଧିକାଂଶ ଲୋକ ଟିକିଏ ଅସାଵଧାନ ହୋଇଯାନ୍ତି । କିନ୍ତୁ ଓଜନ କମ କରିବା ପାଇଁ ସକାଳର ଜଳଖିଆ ଓ ଦିନର ଖାଦ୍ୟ ସହିତ ରାତ୍ରି ଭୋଜନ ମଧ୍ୟ ନିହାତି ଜରୁରୀ ହୋଇଥାଏ । ଓଜନ କମ କରିବା ପାଇଁ ଲୋକମାନେ ରାତି ଖାଇବାକୁ ସ୍କିପ କରି ଦେଇଥାନ୍ତି ଯାହାକି ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ଅଟେ । ତେବେ ଆସନ୍ତୁ ଜାଣିବା ମୋଟାପଣକୁ ନେଇ ଚିନ୍ତିତ ଥିବା ଲୋକମାନେ ରାତ୍ରିଭୋଜନରେ କଣ ଖାଇବା ଉଚିତ ଏବଂ କେଉଁ ସମୟରେ ଖାଇବା ଉଚିତ ।

ଲୀନ ପ୍ରୋଟିନ: ଚିକେନ, ମାଛ, ପନିର ଓ ବିନ୍ସ ଭଳି ପ୍ରୋଟିନ ଜାତୀୟ ଖାଦ୍ୟ ଖାଆନ୍ତୁ । କାର୍ବୋହାଇଡ୍ରେଟ ଏବଂ ଫ୍ୟାଟ ତୁଳନାରେ ପ୍ରୋଟିନଯୁକ୍ତ ଖାଦ୍ୟ ଆପଣଙ୍କ ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ଭରି ରଖିଥାଏ ।

ବିନ୍ସ: ବିନ୍ସରେ ପ୍ରୋଟିନ ଏବଂ ଫାଇବର ଅଧିକ ମାତ୍ରାରେ ରହିଥା । ଫାଇବର ଥିବା କାରଣରୁ ଏହା ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ଭରି ରଖିଥାଏ ଯେଉଁ କାରଣରୁ ରାତିରେ ଆମକୁ ଅନହେଲଦି ଖାଇବାର ଇଛା ହୋଇନଥାଏ । ବିନ୍ସରେ କ୍ୟାଲୋରୀର ମାତ୍ରା କମ ରହିଥାଏ ଏବଂ ଏହା ଶରୀରରେ ଫ୍ୟାଟକୁ ଏକତ୍ରିତ ହେବାରୁ ରୋକିଥାଏ ।

ଏହାସହ ପଢନ୍ତୁ କଣ ହୋଇଥାଏ ଯେତେବେଳେ ଆମେ ଖାଇ ଦେଇଥାଉ ଏକ୍ସପାୟରି ଔଷଧ

ସାଲ୍ମନ ମାଛ: ସାଲ୍ମନ,ଅଳସି ତେଲ ଏବଂ ଅଖରୋଟରେ ହାର୍ମୋନ ଗ୍ରେଲିନ ଅଧିକମାତ୍ରାରେ ରହିଥାଏ । ଯାହାକି ଭୋକ କମ କରିଥାଏ । ଏହା ବ୍ୟତୀତ ଏହା ଏକ ପୋଲିସେଚୁରେଟେଡ଼ ଫ୍ୟାଟ ଡାଏଟ ହୋଇଥାଏ ଯାହାକି ଓଜନ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ।

ଅଙ୍ଗୁର ଜୁସ: ଏକ ଗ୍ଲାସ ଅଙ୍ଗୁର ଜୁସରେ ବହୁତ କମ ମାତ୍ରାରେ କ୍ୟାଲୋରୀ ରହିଥାଏ । ଏହା ଫ୍ୟାଟ ବର୍ନ କରିବାରେ ସାହାଯ୍ୟ କରିଥାଏ ଏବଂ ଶରୀରକୁ ପର୍ଯ୍ୟାପ୍ତ ଶକ୍ତି ପ୍ରଦାନ କରିଥାଏ । ଏହାବ୍ୟତୀତ ଅଙ୍ଗୁର ଜୁସ ପେଟକୁ ଭରା ଭରା ରଖିଥାଏ ଯେଉଁ କାରଣରୁ ରାତିରେ ଅଧିକ ଖାଦ୍ୟ ଖାଇବାକୁ ଇଛା ହୋଇନଥାଏ ।

Leave A Reply

Your email address will not be published.