ବଲିଉଡ ଅଭିନେତ୍ରୀ ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମ ‘କମାଣ୍ଡୋ ୩’ ପରଦାରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମରେ ଅଦା ବିଦ୍ୟୁତଙ୍କ ସହିତ ଆକ୍ସନ ସିନ୍ କରୁଥିବାର ନଜର ଆସିଥିଲେ। କିନ୍ତୁ ଏବେ ନିଜର ଫଟୋକୁ ନେଇ ଅଦା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ଅଦା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବେଶ୍ ହଟ୍ ଏବଂ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏହି ଫଟୋ ଖୁବ୍ ଜୋରରେ ଭାଇରାଲ ହେଉଛି। ଯେଉଁଥିରେ ଅଦା ଆନିମଲ ପ୍ରିଣ୍ଟର ମୋନୋକିନି ପିନ୍ଧିଛନ୍ତି। ଯାହାକୁ ଦେଖି ତାଙ୍କ ଫ୍ୟାନଙ୍କ ହୋସ୍ ଉଡିଯାଇଛି।
ଅଦା ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ଫ୍ୟାଶନ ମାମଲାରେ ଅଦା କୌଣସି ଫ୍ୟାଶନ ଡିଭାଙ୍କ ଠାରୁ କମ୍ ନୁହନ୍ତି। ଅଦା ସବୁବେଳେ ନିଜ ଲୁକ୍କୁ ନେଇ ଏକ୍ସପେରିମେଣ୍ଟ କରନ୍ତି। ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ଶେୟାର କରି ଗ୍ଲାମରର୍ସ ସିରଦର୍ଦ ଲେଖିଛନ୍ତି।