ନୂଆବର୍ଷ ପୂର୍ବରୁ ସବୁ କାର କମ୍ପାନୀ ଦେଉଛନ୍ତି ଦମଦାର ଅଫର, ଦାମ ବଢିବା ଆଗରୁ କିଣି ଦିଅନ୍ତୁ ନିଜ ପସନ୍ଦର ଗାଡି

ବିଭିନ୍ନ ଯାନବାହନ କମ୍ପାନୀ ଆସନ୍ତା ୨୦୨୦ ବର୍ଷ ଜାନୁଆରୀ ମାସରୁ ନିଜ କାର ଗୁଡିକର ଦର କମାଇବାକୁ ଘୋଷଣା କରି ସାରିଛନ୍ତି । ତେଣୁ ୨୦୧୯ ମସିହାର ଶେଷ ମାସ ଶେଷ ହେବା ପୂର୍ବରୁ ଗାଡି କିଣିଦେବା ବୁଦ୍ଧିମତାର ବିଷୟ ନିଶ୍ଚିତ । ବିଭିନ୍ନ କାର କମ୍ପାନୀ ସୁଜୁକି, ହ୍ୟୁନଡାଇ, ମହିନ୍ଦ୍ରା, ହୋଣ୍ଡା, ଟାଟା ମୋଟର୍ସ ଓ ଫିଏଟ କମ୍ପାନୀ ଗୁଡିକ ନିଜ ନିଜ ଗାଡି ଉପରେ ୧୦,୦୦୦ ରୁ ଆରମ୍ଭ କରି ୨.୦୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ରିହାତି ଦେଇଛନ୍ତି । ଆସନ୍ତା ବର୍ଷ ଏପ୍ରିଲ ,ମାସରୁ ବିଏସ -୬ ମାନକ ବଢି ଯିବାର ସମ୍ଭାବନା ଅଧିକ ଅଛି । ଏହା ସହ କମ୍ପାନୀ ଗୁଡିକ ଏହି କମ୍ପାନୀ ନିଜ ପୁରୁଣା ଷ୍ଟକ ଗୁଡିକ ଶେଷ କରି ନୂଆ ଷ୍ଟକ ଆରମ୍ଭ କରିବାର ଯୋଜନା କରିଛନ୍ତି । ସୂଚନା ମୁତାବକ ବାହନ କମ୍ପାନୀ ଗୁଡିକ ବିଗତ ଏକ ବର୍ଷ ଧରି କ୍ଷତି ସହି ଆସୁଛନ୍ତି । ଯାନବାହନ କିଣା ବିକା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି । ତେବେ ଆସନ୍ତୁ ପ୍ରଥମେ ଜାଣିବା କେଉଁ କମ୍ପାନୀ କେଉଁ ଗାଡିରେ କେତେ ରିହାତି ଦେଉଛନ୍ତି ।

ମାରୁତି:

ମାରୁତି ସୁଜୁକି ନିଜ ଗାଡି ଉପରେ ୬୫,୦୦୦ ଟଙ୍କାର ରିହାତି ଦେଇଛନ୍ତି । ଗତ ନଭେମ୍ବର ମାସରୁ ଏହି ଗାଡି ଉପରେ ୫୫,୦୦୦ ହଜାର ଟଙ୍କାର ରିହାତି ମିଳୁଛି ।
ଆଉ ମଧ୍ୟ କମ୍ପାନୀ ତାର ୱାଗନର ଗାଡି ଉପରେ ୩୫,୦୦୦ ହଜାର ଟଙ୍କାର ରିହାତି ଦେବାର ଘୋଷଣା କରିଛନ୍ତି । ଯେଉଁଥିରେ ୧୦,୦୦୦ ଟଙ୍କାର କ୍ୟାସ ଓ ୨୦ ହଜାର ଟଙ୍କାର ଏକ୍ସଚେଞ୍ଜ ଅଫରର ସୁବିଧା ଦିଆଯାଇଛି ।

car new

 

ମହିନ୍ଦ୍ରା:

ମହିନ୍ଦ୍ରା ନିଜ SUV କାର ଉପରେ ୧.୬୭ ଲକ୍ଷ ଟଙ୍କାର ରିହାତି ଛାଡ କରିଛନ୍ତି । ଗଲା ନଭେମ୍ବର ମାସରେ ଏହି କମ୍ପାନୀ ଏହି କାର ଉପରେ ୧ ଲକ୍ଷ ପର୍ଯ୍ୟନ୍ତର ଛାଡ ଦେଇଥିଲା ।

ଏକ ବର୍ଷ ପୂର୍ବରୁ ଲଞ୍ଚ ହୋଇଥିବା ମହିନ୍ଦ୍ରା ମରାଜୋ ଗାଡି ଉପରେ କମ୍ପାନୀ ୨ ଲକ୍ଷ ୦୯ ହଜାର ଟଙ୍କାର ରିହାତି ଛାଡ କରିଛନ୍ତି ।

car new

ହ୍ୟୁନଡାଇ:

ଏହି କମ୍ପାନୀ ନିଜ ଗାଡି ସେଣ୍ଟ୍ର ଉପରେ ୫୫,୦୦୦ ଟଙ୍କାର ରିହାତି ଦେଇଛନ୍ତି । ଯେବେକି ନଭେମ୍ବର ମାସରେ ଏହା ଉପରେ ୪୦,୦୦୦ ଟଙ୍କାର ରିହାତି ଦିଆଯାଉଥିଲା ।
ହ୍ୟୁନଡାଇ ନିଜ ଗାଡି ଏସ୍ୟୁବି କ୍ରେତା ଉପରେ ୫୦,୦୦୦ ଟଙ୍କାରୁ ଆରମ୍ଭ ୯୫,୦୦୦ ଟଙ୍କା ପର୍ଯ୍ୟନ୍ତର ଛାଡ ଦେଇଛନ୍ତି ।

 

car new

ଟାଟା ମୋଟର୍ସ :

ଟାଟା ମୋଟର୍ସ ନିଜ ଏସ୍ୟୁବି ହେରିୟର ଗାଡି ଉପରେ ୧.୭୫ ଲକ୍ଷ ଟଙ୍କାର ଛାଡ କରିଛନ୍ତି ।

car new

ଫିଏଟ:

ଅନ୍ୟ ପକ୍ଷରେ ଫିଏଟ କମ୍ପାନୀ ତାର ଫିଏଟ କ୍ରିଶଳର ଜିପ ଉପରେ ୨.୦୬ ଲକ୍ଷ ଟଙ୍କାର ରିହାତି ଦେଇଛନ୍ତି । ପୂର୍ବ ବର୍ଷ ଅର୍ଥାତ ନଭେମ୍ବର ମସାରରେ ଏହା ଉପରେ ୧.୫ ଲକ୍ଷ ଟଙ୍କାର ଛାଡ କରାଯାଇଥିଲା ।

ରେନୋ:

ରେନୋ କମ୍ପାନୀ ନିଜ ଗାଡି ଗୁଡି଼କର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ବଢ଼ାଇ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରିଦେଇଛନ୍ତି ।
ବାହନ କମ୍ପାନୀ ଗୁଡିକ ପୁରୁଣା ଗାଡି ଗୁଡିକ ସହ ୨୦୧୯ ମସିହାରେ ଲଞ୍ଚ ହୋଇଥିବା ଗାଡି ଗୁଡିକ ଉପରେ ମଧ୍ୟ ରିହାତି ଦେଇଛନ୍ତି । ଏହି ଗାଡି ଗୁଡିକ ଉପରେ ୧୦,୦୦୦ ଟଙ୍କାରୁ ଆରମ୍ଭ କରି ୧.୧୫ ଟଙ୍କାର ଛାଡ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.