Below header

ମିଷ୍ଟର ୟୁନିଭର୍ସ ମୁକୁଟ ଜିତିଥିବା ପ୍ରଥମ ଭାରତୀୟ ଚିତ୍ରେସ୍ ନତେସନ୍, ଦୃଢ ସଂକଳ୍ପ ଓ ପରିଶ୍ରମର ଜ୍ୱଳନ୍ତ ଉଦାହରଣ

କେରଳ: କେହିକେବେ ଭାବିନଥିଲେ କି ଗୋଟେ ମାସ ଭିତରେ ଚିତ୍ରେସ୍ ନତେସନ୍ ଙ୍କ ଜୀବନ ଏତେ ବଦଳିବ ଯିବ। ଏବେ ସେ ଖୁବ୍ ବ୍ୟସ୍ତ ରହୁଛନ୍ତି । ତାଙ୍କୁ ବର୍ତ୍ତମାନ ଲୋକେ ଷ୍ଟୋର ଉଦଘାଟନ ଏବଂ ଅନ୍ୟ ସାର୍ବଜନିନ ସମାରୋହରେ ଡକାଯାଉଛି । ଗତ ନଭେମ୍ବର ଯାଏ ତାଙ୍କ ଜୀବନ ଏପରି ନଥିଲା । ସାଉଥ୍ କୋରିୟାରେ ୱାଲ୍ଡ ବଡି ବିଲ୍ଡିଂ ଏବଂ ଫିଜିକ୍ ସ୍ପୋର୍ଟସ୍ ଚାମ୍ପିୟନସିପ୍ ରେ ମିଷ୍ଟର ୟୁନିଭର୍ସ ମୁକୁଟ ଜିତିଥିବା ପ୍ରଥମ ଭାରତୀୟ ହେବାପରେ ଚିତ୍ରେସ୍ ଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯାଇଛି।

chetashନିଜ ସାଙ୍ଗ ମାନଙ୍କ ମଧ୍ୟରେ ଚିଥୁ ନାମରେ ପରିଚିତ ଚିତ୍ରେସ୍ ଗତ ଏକ ଦଶକକୁ ଲଗାତାର ଟ୍ରେନିଙ୍ଗ୍ ନେଉଛନ୍ତି। ସେ ଗୋଟେ ଦିନରେ ୩-୪ ଘଣ୍ଟା ଏକ୍ସରସାଇଜ୍ କରନ୍ତି । ସେ ଟ୍ରେନର ଭାବେ ମଧ୍ୟ ଅନ୍ୟମାନଙ୍କୁ ଟ୍ରେନିଙ୍ଗ ଦେବାସହିତ ନିଜର ଡାଏଟ୍ ଏବଂ ଅନ୍ୟ ଆବଶ୍ୟକତାକୁ ପୁରା କରନ୍ତି । ତାଙ୍କ ପାଖରେ ମିଷ୍ଟର ଇଣ୍ଡିଆ ଏବଂ ମିଷ୍ଟର ଏସିୟାର ମୁକୁଟ ପ୍ରଥମରୁ ରହିଛି । ଏବେ ନିଜର ପ୍ରତିଭାକୁ ବିଶ୍ବ ସ୍ତରରେ ପ୍ରଦର୍ଶନ କରିବାପରେ ବର୍ତ୍ତମାନ ତାଙ୍କୁ ସଚିନ୍ ତେନ୍ଦୁଲକରଙ୍କ ଭଳି ଖେଳାଳି ମଧ୍ୟ ଶୁଭେଚ୍ଛା ଜଣାଉଛନ୍ତି ।

 କୋଚ୍ଚି ରୁ ତିରୁବନ୍ତପୁରମ୍ ର ଲଷ୍ମୀବାଇ ନ୍ୟାସନାଲ କଲେଜ୍ ଅଫ୍ ଫିଜିକାଲ ଏଜୁକେସନ୍ ଯାଏ ତାଙ୍କର ପଥ ବହୁତ ଲମ୍ବା ଥିଲା । ପ୍ରଥମରୁ ତାଙ୍କର ହକି ପ୍ରତି ବହୁତ ଭଲ ପାଇବା ଥିଲା । ତାପରେ ସେ ବଡି କଲଚରରେ ୱାଲ୍ଡ ଆଇକନ୍ ହେଲେ । ତାଙ୍କୁ ସପୋର୍ଟ କରିବା ପାଇଁ ତାଙ୍କର ଜଣେ କଲେଜର ସାଙ୍ଗ ସାଗର ଏମ୍ ପି,ବାପା-ମା ଏବଂ ଦୁଇ ଜଣ ଭଉଣୀଙ୍କ ସହିତ କିଛି ସାଙ୍ଗ ଥିଲେ । ଦିଲ୍ଲୀରେ ଏକ ଫିଟନେସ୍ ଗ୍ରୁପ୍ ତାଙ୍କୁ ଜଏନ୍ କଲା ଯେଉଁଠାରେ ସେ ଏକ ଟ୍ରେନର୍ ଭାବେ ଚାକିରୀ ପାଇଲେ ।

body builderଚିତ୍ରେସ୍ ନତେସଙ୍କ କହିବ କଥା- ତାଙ୍କର ଏହି ସଫଳତା ପଛରେ ଲୋକ ମାନଙ୍କ ହାତ ଅଛି । ସେ ବିଶେଷ ଭାବେ ଟ୍ରେନିଙ୍ଗ ଦେବା ବଦଳରେ ନିଜର ୱାକଆଉଟ୍ ପ୍ରତି ବିଶେଷ ଧ୍ୟାନ ଦେଉଥିଲେ । ଯାହା ଫଳରେ ତାଙ୍କୁ ଆର୍ଥିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ସେ କହିଛନ୍ତି ଯେତେ ଅଧିକ ଲୋକ ତାଙ୍କର ମନୋବଳ ଭାଙ୍ଗୁଥିଲେ ଲକ୍ଷ ହାସଲ କରିବା ପାଇଁ ତାଙ୍କର ସଂଙ୍କଳ୍ପ ସେତିକି ଶକ୍ତ ହେଉଥିଲା । ପ୍ରତି ମାସରେ ତାଙ୍କର ବଡି ବିଲ୍ଡିଙ୍ଗରେ ୧ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥିଲା । ତେଣୁ ତାଙ୍କ ସାଙ୍ଗ ଏବଂ ବନ୍ଧୁ ପରିଜନ ତାଙ୍କୁ ସପୋର୍ଟ କରିଥିଲେ । କିଛି ଏମିତି ଥିଲେ କି ଯେଉଁମାନେ ତାଙ୍କୁ ସ୍ପୋନସର କଲେ ଏବଂ କିଛି ତାଙ୍କୁ ଟଙ୍କା ମଧ୍ୟ ଉଧାର ଦେଇଥିଲେ।

buildଏହା ଭିତରେ ତାଙ୍କ ଜୀବନରେ ଉଜେକିସ୍ତାନର ନସିବା ଆସିଲେ । ୨୦୧୪ରେ କାନ୍ଧରେ ଆଘାତ ଫଳରେ ସେ ପିଟ୍ ରହିବା ପାଇଁ ଏକ ଡ୍ୟାନ୍ସ କ୍ଳାସ୍ ଜଏନ୍ କଲେ । ସେଠାରେ ଉଭୟଙ୍କ ଦେଖା ହୋଇଥିଲା ଏବଂ ଏହା ପ୍ରେମରେ ପରିଣତ ହୋଇଥିଲା । କିଛି ବର୍ଷ ଭିତରେ ଉଭୟ ବିବାହା କରିଥିଲେ । ଏହା ପରେ ତାଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥିଲା । ସେ ମିଷ୍ଟର ଦିଲ୍ଲୀ ପ୍ରତିଯୋଗିତାରେ ୩ୟ ସ୍ଥାନ ହାସିଲ କଲେ। ଏହାପରେ ସେ ମିଷ୍ଟର ଇଣ୍ଡିଆରେ ପ୍ରବେଶ କଲେ ଏବଂ ତାହାକୁ ମଧ୍ଯ ଜିତିଥିଲେ।

mr-universe୨୦୧୯ରେ ଯେତେବେଳେ ମିଷ୍ଟର ୟୁନିଭର୍ସ ପ୍ରତିଯୋଗିତା ପାଖକୁ ଆସିଲା ଚେତ୍ରେସ୍ ନିଜର ଲକ୍ଷ ପୂରଣ ପାଇଁ ପରିଶ୍ରମ ଆରମ୍ଭ କରିଦେଇଥିଲେ। ସାତ ମାସ ଯାଏ ସେ ଜିମ୍ ରେ ଦିନକୁ ଦୁଇ ଦୁଇ ଥର ଏକ୍ସରସାଇଜ୍ କରୁଥିଲେ । ପତ୍ନୀ ନସିବା କହିଛନ୍ତି କି, ସେ ନିଜର ଲକ୍ଷରେ ଏତେ ବେଶି କେନ୍ଦ୍ରୀତ ଥିଲେ କି ସେ ମୋର ଜନ୍ମଦିନ ମଧ୍ୟ ଭୁଲିଯାଇଥିଲେ। ଶେଷରେ ସାଉଥ କୋରିଆର ଜେଜୁ ଆଇଲ୍ୟାଣ୍ଡରେ ୧୦ ନଭେମ୍ବର ଦିନ ତାଙ୍କର ସ୍ବପ୍ନ ସାକାର ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.