ଲଞ୍ଚ ହେଲା ୨୦୨୦ ସୁଜୁକି ହାୟାବୁସା, ମାତ୍ର ୨.୭୪ ସେକେଣ୍ଡରେ ଚାଲିବ ୧୦୦ କିଲୋମିଟର

Suzuki Motor Corporation, ଜାପାନର ଭାରତୀୟ ପାର୍ଟନର Suzuki Motorcycle India Private Limited (SMIPL) ସୁଜୁକି, ସୁଜୁକିର ହାୟାବୁସାର ୨୦୨୦ ଏଡିସନକୁ ଲଞ୍ଚ କରିଛନ୍ତି। ୨୦୨୦ ହାୟାବୁସା ଦୁଇଟି ରଙ୍ଗରେ ଉପଲବ୍ଧ ଅଛି ଗୋଟିଏ ହେଉଛି ମେଟାଲିକ୍‌ ଥଣ୍ଡର ଏବଂ କ୍ୟାଣ୍ଡି ଡେରିଙ୍ଗ୍‌ ରେଡ୍‌। କମ୍ପାନୀ ଏଥିରେ କୌଣସି ପ୍ରକାର ଯାନ୍ତ୍ରିକ ପରିବର୍ତ୍ତନ କରିନାହିଁ। ଏଥିରେ VI (BS6) ମାନକ ଦିଆଯାଇନାହିଁ ଏବଂ ଏହାକୁ ବିଏସ୪ ଇଞ୍ଜିନ୍‌ ସହିତ ଲଞ୍ଚ କରାଯାଇଛି।

ସୁଜୁକି ଇଣ୍ଡିଆର କହିବାନୁଯାୟୀ, ୨୦୨୦ ହାୟାବୁସା ସୀମିତ ସଂଖ୍ୟାରେ ଉପଲବ୍ଧ ହେବ। ଏଥିରେ ନୂଆ ଗ୍ରାଫିକ୍ସ ଏବଂ ଏକ ନୂଆ ଫ୍ରଣ୍ଟ ବ୍ରେକ୍‌ କ୍ୟାଲିପର ମିଳିବ। ଏହାର ଦାମରେ ମଧ୍ୟ କୌଣସି ପରିର୍ତ୍ତନ କରାଯାଇନାହିଁ। ଦିଲ୍ଲୀରେ ଏହାର ଏକ୍ସ-ସୋରୁମର ଦାମ ୧୩.୭୫ ଲକ୍ଷ ଟଙ୍କା।୨୦୨୦ ହାୟାବୁସାର ଇଞ୍ଜିନରେ କୌଣସି ପରିବର୍ତ୍ତନ କରାଯାଇପାହିଁ। ଏଥିରେ ପୂର୍ବ ଭଳି ୧୩୪୦ସିସିର ଇନ୍‌-ଲାଇନ୍‌-ଫୋର ସିଲିଣ୍ଡର ଇଞ୍ଜିନ ଦିଆଯାଇଛି। ଯାହା ୧୯୭ ବିଏଚପି ପାଓ୍ଵାର ଏବଂ ୧୫୫ଏନଏମର ଟର୍କ ସୃଷ୍ଟି କରିଥାଏ।

hayabusaସୁଜୁକିର ହାୟାବୁସ୬ାକୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ ଅଛି। ସୁଜୁକି ହାୟାବୁସା ପ୍ରାୟ ୨.୭୪ ସେକେଣ୍ଡରେ ୦ ରୁ ୧୦୦ କିମି ପ୍ରତି ଘଣ୍ଟା ବେଗରେ ଯାତ୍ରା କରେ। ହାୟାବୁସାର ଟପ୍‌ ସ୍ପିଡ ୨୯୯ କିଲୋମିଟା ପ୍ରତି ଘଣ୍ଟା ରହିଛି।

ଭାରତୀୟ ବଜାରରେ ୨୦୨୦ ହାୟାବୁସାର ମୁକାବିଲା କାଓ୍ଵାସକି ନିଞ୍ଜା ZX-14R ସହିତ ହେବ। ଅବଶ୍ୟ ଏହାର ଦାମ ହାୟାବୁସା ଠାରୁ ବହୁତ ଅଧିକ । ନିଞ୍ଜାର ଦାମ ଦିଲ୍ଲୀ ଏକ୍ସ-ସୋରୁମରେ ରହିଛି ୧୭.୯୦ ଲକ୍ଷ ଟଙ୍କା ରହିଛି। ଏହାର ଡେଲିଭରୀର ଆରମ୍ଭ ୨୦ ଜାନୁୟାରୀ ୨୦୨୦ ଠାରୁ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.