ଏଥର ବୁଲିଯାଆନ୍ତୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, IRCTC ଦେଉଛି ବୁଲିବାର ସୁଯୋଗ

ଯଦି ଆସନ୍ତାବର୍ଷରେ ଆପଣ ଆଣ୍ଡାମାନ ନିକୋବର ଆଇଲ୍ୟାଣ୍ଡ ବୁଲିବାକୁ ପ୍ଲାନ କରୁଛନ୍ତି ତେବେ IRCTC ଆଣି ଦେଇଛି ସୁଯୋଗ। ଆଇଆରସିଟିସି ପକ୍ଷରୁ ୫ ରାତି ଏବଂ ୬ ଦିନର ଟୁର ପ୍ୟାକେଜ ଘୋଷଣା କରାଯାଇଛି। ଏହି ଟୁର ପ୍ୟାକେଜରେ ଆପଣ ପୋର୍ଟବ୍ଲେୟାର, ହେବଲକ ଏବଂ ରୋସ ଦ୍ୱୀପ ଭଳି ସୁନ୍ଦର ସ୍ଥାନକୁ ବୁଲିବାର ସୁଯୋଗ ମିଳିବ। ଏହି ଟୁର ଆସନ୍ତା ଫେବୃଆରୀ ୧୩ରୁ ଆରମ୍ଭ ହେବ।

island

ଏହି ଟୁର ପ୍ୟାକେଜରେ ଆପଣ ୧୩ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖରେ ସରିବ। ଏହି ପ୍ୟାକେଜରେ ପ୍ରତ୍ୟେକ ଲୋକଙ୍କ ପାଇଁ ୪୨୦୦୦ ଟ ରହିଥିବା ବେଳେ ତିନି ଜଣ ଏକାଠି ଯାତ୍ରା କରୁଥିଲେ ପ୍ରତ୍ୟେକ ବ୍ୟକ୍ତି ପାଇଁ ୪୧୩୦୦ଟ ଶୁଳ୍କ ରଖାଯାଇଛି। ଯଦି ଯାତ୍ରୀଙ୍କ ସହିତ କୌଣସି ପିଲା ରହିଛନ୍ତି, ଯାହାର ବୟସ ୫ ରୁ ୧୧ ବର୍ଷ ତେବେ ତାଙ୍କ ପାଇଁ ୩୮୫୦୦ ଟ ଶୁଳ୍କ ଦେବାକୁ ପଡିବ। ସେହିପରି ୨ ରୁ ୪ ବର୍ଷ ପିଲା ପାଇଁ ୨୯୮୦୦ ଟଙ୍କା ଦେବାକୁ ପଡିବ।
କେମିତି କରିବେ ବୁକିଂ : ଆପଣ ସରଂକ୍ଷିତ ଟିକେଟ କାଉଣ୍ଟରରୁ ଏହି ଟୁର ପ୍ୟାକେଜର ବୁକିଂ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.