Below header

ରାତିରେ ଅଧିକ ସମୟ ଶୋଉଛନ୍ତି କି ଆପଣ? ଏବେ ଠୁ ହୋଇଯାଆନ୍ତୁ ସାବଧାନ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ହେଲ୍‌ଦି ଖାଦ୍ୟପେୟ ସହ ଭଲ ନିଦ ମଧ୍ୟ ବହୁତ ଜରୁରୀ ହୋଇଥାଏ। ମଣିଷର ଅନେକ ରୋଗର ଚିକିତ୍ସା ପାଇଁ ନିଦକୁ ହିଁ ସବୁଠାରୁ ଭଲ ମହୋଷୌଧି ଭାବେ ଗଣାଯାଇଥାଏ। ଆଜିକା ଦିନରେ ଲୋକଙ୍କ ମଧ୍ୟରେ କମ୍‌ ନିଦ ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଥିବା ବେଳେ ସେପଟେ ଏହି କାରଣକୁ ନେଇ ଅନେକ ପ୍ରକାର ରିସର୍ଚ୍ଚ ମଝିରେ ମଝିରେ ସାମ୍ନାକୁ ଆସିଥାଏ। କିନ୍ତୁ ମେଡିକାଲ ଜର୍ନାଲ ନ୍ୟୁରୋଲୋଜିରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି, ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ଶୋଇବା ସ୍ୱାସ୍ଥ୍ୟ ପାଇଁ କେବଳ କ୍ଷତିକାରକ ନୁହେଁ, ବରଂ ଜୀବନନାଶକ ମଧ୍ୟ। କାରଣ, ଅଧିକ ସମୟ ଯାଏ ଶୋଇଲେ ହାର୍ଟ ଷ୍ଟ୍ରୋକ୍‌ର ଆଶଙ୍କା ବଢ଼ିଯାଇଥାଏ।

sleep2

୯ ଘଣ୍ଟା କିମ୍ବା ଏହାଠୁ ଅଧିକ ସମୟ ଶୋଇଲେ ହାର୍ଟ ଷ୍ଟ୍ରୋକ୍‌ର ଆଶଙ୍କା ୨୩ ପ୍ରତିଶତ

ଏହି ନୂଆ ଅଧ୍ୟୟନ ଅନୁସାରେ, ଯେଉଁ ଲୋକ ରାତିରେ ୯ ଘଣ୍ଟା କିମ୍ବା ଏହାଠାରୁ ଅଧିକ ସମୟ ଶୁଅନ୍ତି, ସେମାନଙ୍କଠାରେ ହାର୍ଟ ଷ୍ଟ୍ରୋକ୍‌ର ଆଶଙ୍କା ୨୩ ପ୍ରତିଶତ ଅଧିକ ହୋଇଥାଏ। ଅଧ୍ୟୟନରୁ ଜଣାପଡ଼ିଛି, ୭ ଘଣ୍ଟା ବା କମ୍‌ ଶୋଉଥିବା ଲୋକଙ୍କ ତୁଳନାରେ ଲମ୍ବା ସମୟ ଧରି ଶୋଉଥିବା ଲୋକ ଏବଂ ଦିନରେ ଲମ୍ବା ସମୟ ଧରି ଘୁମାଉଥିବା ଲୋକଙ୍କଠାରେ ୮୫ ପ୍ରତିଶତ ପଯ୍ୟର୍ନ୍ତ ହାର୍ଟ ଷ୍ଟ୍ରୋକ୍‌ର ଆଶଙ୍କା ରହିଥାଏ।

slepp23

ଦିନରେ ଲମ୍ବା ସମୟ ଧରି ଘୁମାଇଲେ ବି ଷ୍ଟ୍ରୋକ୍‌ ଆଶଙ୍କା ବଢ଼ିଥାଏ

ବିଶେଷଜ୍ଞମାନଙ୍କ ଅନୁସାରେ, ଦିନରେ ଅଧିକ ସମୟ ଯାଏ ଶୋଇବା କିମ୍ବା ଘୁମାଉଥିବା ଲୋକଙ୍କୁ କୋଲେଷ୍ଟ୍ରୋଲ୍‌ ଲେଭଲ୍‌ ପ୍ରତିକୂଳ ରୂପରେ ବଢ଼ିଥାଏ। ଏପରି କି, ସେମାନଙ୍କ ଅଣ୍ଟା ମଧ୍ୟ ଚଉଡ଼ା ହୋଇଯାଏ। ଆଉ ଏହି ଦୁଇଟି କାରଣ ହିଁ ହାର୍ଟ ଷ୍ଟ୍ରୋକ୍‌କୁ ପ୍ରଶୟ ଦେଇଥାଏ। ଅଧ୍ୟୟନରେ କୁହାଯାଇଛି, ଅଧିକ ସମୟ ଧରି ଘୁମାଇବା ଏବଂ ଶୋଇବା ଏକ ସମ୍ପୂର୍ଣ୍ଣ ନିଷ୍କ୍ରିୟ ଜୀବନଶୈଳୀ ଆଡ଼କୁ ଈଶାରା କରିଥାଏ।

sleep3

୩୧ ହଜାର ଲୋକଙ୍କ ଉପରେ ୬ ବର୍ଷ ଧରି ହୋଇଥିଲା ଅଧ୍ୟୟନ

ଏହି ଅଧ୍ୟୟନରେ ଚୀନ୍‌ର ୩୧ ହଜାର ୭୫୦ ଲୋକଙ୍କୁ ସାମିଲ କରାଯାଇଥିଲା, ଯେଉଁମାନଙ୍କ ଥିଲା ବୟସ ପାଖାପାଖି ୬୨ ବର୍ଷ। ଯେତେବେଳେ ରିସର୍ଚ୍ଚ ଆରମ୍ଭ ହୋଇଥିଲା, ସେ ସମୟରେ ଅଧ୍ୟୟନରେ ସାମିଲ ଲୋକଙ୍କଠାରେ କୌଣସି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ନ ଥିଲା। ବିଶେଷଜ୍ଞମାନେ ୬ ବର୍ଷ ଧରି ଏହି ଲୋକମାନଙ୍କ ଉପରେ ନଜର ରଖିଥିଲେ ଏବଂ ସେମାନଙ୍କୁ ଯାଞ୍ଚ କରିଥିଲେ। ରିସର୍ଚ୍ଚ ସମୟରେ ଯେଉଁ ଲୋକ ଅଧିକ ଶୋଉଥିଲେ, ସେମାନଙ୍କ ମଧ୍ୟରେ ହାର୍ଟ ଷ୍ଟ୍ରୋକ୍‌ର ୧ ହଜାର ୫୫୭ଟି ମାମଲା ସାମ୍ନାକୁ ଆସିଥିଲା। ଏହି ଆଧାରରେ ବିଶେଷଜ୍ଞମାନେ ନିଷ୍କର୍ଷ ବାହାର କରିଥିଲେ ଯେ ଯେଉଁ ଲୋକ ରାତିରେ ୯ ଘଣ୍ଟା କିମ୍ବା ଅଧିକ ସମୟ ଧରି ଶୋଇଥାଆନ୍ତି, ସେମାନଙ୍କଠାରେ ହାର୍ଟ ଷ୍ଟ୍ରୋକ୍‌ର ଆଶଙ୍କା ୨୩ ପ୍ରତିଶତ ଅଧିକ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.