ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଅବରୋଧ ଉଚ୍ଛେଦ ଜାରି, ଆଜି ପଶ୍ଚିମ ଦ୍ୱାରପଟୁ ଆରମ୍ଭ ହୋଇଛି ଭଙ୍ଗା କାର୍ଯ୍ୟ

ପୁରୀ : ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୭୫ ମିଟର ସୁରକ୍ଷା ଜୋନରେ ଅବରୋଧ ଉଚ୍ଛେଦ ଜାରି ରହିଛି। ଆଜି ପଶ୍ଚିମ ଦ୍ୱାରପଟୁ ଉଛେଦ ଆରମ୍ଭ ହୋଇଛି। ପ୍ରଶାସନ ଅଧିଗ୍ରହଣ କରିଥିବା ଘରୋଇ ଜମିରେ ଭଙ୍ଗା କାର୍ଯ୍ୟ ଚାଲିଛି। ଉପଜିଲ୍ଲାପାଳ ଓ ଅତିରିକ୍ତ ଏସ୍‌ପିଙ୍କ ଉପସ୍ଥିତିରେ କଡା ସୁରକ୍ଷା ମଧ୍ୟରେ ଉଛେଦ ପ୍ରକ୍ରିୟା ଚାଲିଛି। ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ସେପଟେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଆଖପାଖରୁ ଲଙ୍ଗୁଳି ମଠ, ମଠ ଆଖଡ଼ା ମଠ, ମଙ୍ଗୁ ମଠ, ସାନଛତା ମଠ ଓ ଏମାର ମଠରୁ ଅବରୋଧ ହଟାଯାଇ ସାରିଛି। ଏହି ମଠଗୁଡ଼ିକରେ ମନ୍ଦିର, ଗାଦି ଇତ୍ୟାଦିକୁ ସୁରକ୍ଷା ଦିଆଯାଇଥିବା ବେଳେ ଏହାର ସଂରକ୍ଷଣ କାର୍ଯ୍ୟ କରାଯାଉଛି। ଗତ ୪ଦିନ ଧରି ଦୋଳବେଦୀ କୋଣରୁ ସାନଛତା ମଠ ଓ ଏକ ଲଜିଂ ଉଚ୍ଛେଦ ପରେ ମହାପ୍ରଭୁଙ୍କ ଦୋଳବେଦୀ ବଡ଼ଦାଣ୍ଡରୁ ଏହା ଦୃଶ୍ୟମାନ ହେଉଛି। ଆସନ୍ତା ନୂଆବର୍ଷ ପୂର୍ବରୁ ସିଂହଦ୍ୱାର ସମ୍ମୁଖକୁ ଅଧିକ ଆକର୍ଷଣୀୟ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.