ତୀବ୍ର ହେଉଛି ଉତ୍ତେଜନା, ଇରାନକୁ ଆମେରିକାର ଭିସା ଅଗ୍ରାହ୍ୟ

ଇରାନ ଓ ଆମେରିକା ମଧ୍ୟରେ ତୀବ୍ର ହେଉଛି ଉତ୍ତେଜନା। ବିବାଦକୁ ଆହୁରି ତୀବ୍ର କରିଛି ଇରାନ ବୈଦେଶିକ ମନ୍ତ୍ରୀଙ୍କୁ ଆମେରିକାର ଭିସା ଅଗ୍ରାହ୍ୟ। ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ଇରାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ଆମେରିକା ତାଙ୍କୁ ଭିସା ଦେବାକୁ ମନା କରିଦେଇଛି । ସେପଟେ ଇରାକରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ଭୁଲ ବୋଲି ମାନିଛି ଟ୍ରମ୍ପ ପ୍ରଶାସନ। ଗତକାଲି ଇରାକ ମାଟିରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ନେଇ ଚିଠି ଲେଖିଥିଲା ଆମେରିକା। ତେବେ ଏହାକୁ ଭୁଲରେ ଲେଖା ଯାଇଥିଲା ବୋଲି କୁହାଯାଇଛି। ଇରାନ ଉପରେ ଆମେରିକାର ଅପ୍ରତ୍ୟାଶିତ ଆକ୍ରମଣକୁ ଇରାକ ମଧ୍ୟ ନିନ୍ଦା କରିଥିଲା। ଗତ ରବିବାର ଏନେଇ ଇରାକ ସଂସଦରେ ଆଲୋଚନା ମଧ୍ୟ ହୋଇଥିଲା। ଇରାକ ମାଟିରୁ ଆମେରିକା ସୈନ୍ୟଙ୍କୁ ପ୍ରତ୍ୟାହାର ପାଇଁ ପ୍ରସ୍ତାବ ଅଣାଯାଇଥିଲା। ଏହି ପ୍ରସ୍ତାବ ପରେ ଆମେରିକା ସେନା ପକ୍ଷରୁ ଇରାକ ଟାସ୍କ ଫୋର୍ସକୁ ଏକ ଚିଠି ଲେଖି ସୈନ୍ୟ ପ୍ରତ୍ୟାହାର ପାଇଁ ଜଣାଇଥିଲା। ତେବେ ପରେ ନିଷ୍ପତ୍ତି ଭୁଲ ବୋଲି ଦର୍ଶାଇଛି।

 

Leave A Reply

Your email address will not be published.