ରାସ୍ତାରେ ବେପାର କରି ଗରିବଙ୍କ ମୁହଁରେ ଦାନା ଦେଲେ ଜଗଦୀଶ, ଏଥିପାଇଁ ପାଉଛନ୍ତି ପଦ୍ମଶ୍ରୀ

୮୫ବର୍ଷୀୟ ସମାଜସେବୀ ଜଗଦୀଶ ଲାଲ୍ ଆହୁଜାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବା ନେଇ ଗତକାଲି ଘୋଷଣା କରାଯିବା ପରେ ଏବେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଜଗଦୀଶଙ୍କୁ ଏହି ସମ୍ମାନ ମିଳିବା ପରେ ସେ ଖୁବ୍‌ ଖୁସି ଅଛନ୍ତି। କିନ୍ତୁ ନିଜର ସଂଘର୍ଷ ପୂର୍ଣ୍ଣ ଦିନ ଗୁଡିକୁ ମନେ ପକାଇ ଆଜି ବି ତାଙ୍କ ଆଖିରୁ ଲୁହ ସୁଖିନି। ଏତେ ବଡ଼ ସମ୍ମାନ ମିଳିବା ପରେ ଜଗଦିଶ ଲାଲ୍ କହିଛନ୍ତି, ମତେ ଏହି ସମ୍ମାନ ଠାରୁ ବଡ ଆଉ କଣ ମିଳିପାରିବ। ଯେତେବେ ଏହି ସମ୍ମାନ ପାଇବା ପାଇଁ ପ୍ରଥମେ ମୋ ପାଖକୁ କଲ୍‌ ଆସିଥିଲା ମୁଁ ବିଶ୍ୱାସ କରିପାରିନଥିଲି। ଶୁଣିବା ପରେ ମୋ ବୁଲାଇ ହୋଇଯାଇଥିଲା। କେବେ ମୁଁ ଠେଲା ଗାଡି ଲଗାଉଥିଲି କିନ୍ତୁ ଆଜି ମତେ ଏତେ ବଡ ସମ୍ମାନ ମିଳିଛି। ମୁଁ ବହୁତ ଭାଗ୍ୟଶାଳୀ। ମତେ ଗତ ୨୫ ତାରିଖରେ କଲ୍‌ ଆସିବା ପରେ ୨୬ ତାରିଖ ଦିନ ଆସିବା ପାଇଁ କହିଥିଲେ। କିନ୍ତୁ ମୋ ଦେହ ଭଲ ନଥିବାରୁ ମୁଁ ପଛରେ ଆସିବା ପାଇଁ କହିଥିଲି।

Jagdish_ସୂଚନା ମୁତାବକ, ୧୯୪୭ମସିହାରେ ନିଜ ପରିବାର ସହ ପେଶାୱରରୁ ଭାରତ ଆସିଥିଲେ ଜଗଦୀଶ ଲାଲ୍। ଏଠାକୁ ଆସିବା ପରେ ସେ ରୋଜଗାର କରିବା ପାଇଁ ରାସ୍ତା କଡ଼ରେ କଦଳୀ ବିକିବା ଆରମ୍ଭ କରିଥିଲେ। କିଛି ଦିନ ପରେ ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବା ପରେ ସେ ଡାକ୍ତରଖାନା ବାହାରେ ମାଗଣାରେ ଖାଇବା ଯୋଗାଇବେ ବୋଲି ସ୍ଥିର କରିଥିଲେ। ଦୀର୍ଘ ୨୦ବର୍ଷ ହେଲାଣି ସେ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ସାମ୍ନାରେ ରୋଗୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଆସୁଛନ୍ତି। ତାଙ୍କୁ ସ୍ଥାନୀୟ ଅଞ୍ଚଳରେ କିଛି ଲୋକ ଲଙ୍ଗର ବାବା ବୋଲି ମଧ୍ୟ ଡ଼ାକୁଥିବା ଜଣା ପଡ଼ିଛି।

langar-ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ରାସ୍ତାକଡ଼ରେ ଫଳ ବିକିବାଠାରୁ ଆରମ୍ଭ କରି ପାଖକୁ ଟଙ୍କା ଆସିବା ପରେ ଡାକ୍ତରଖାନା ବାହାରେ ରୋଗୀଙ୍କୁ ମାଗଣା ଖାଦ୍ୟ ଯୋଗାଇବା ଓ ପରେ କର୍କଟ ରୋଗର ଶିକାର ହେବା ଘଟଣା ତାଙ୍କ ଜୀବନକୁ ଏବେ ଚର୍ଚ୍ଚିତ ବନାଇଛି। ଏତେ ସବୁ ସଂଘର୍ଷ କରିବା ପରେ ଦୀର୍ଘ ୨୦ବର୍ଷ ଧରି ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ସାମ୍ନାରେ ରୋଗୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବାର କାମ ପାଇଁ ଆଜି ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

langarଜଗଦୀଶ ଲାଲ୍‌ ଆହୁଜାଙ୍କ କହିବାନୁଯାୟୀ, ମୁଁ କେବଳ ଚାହୁଛି ଯଦି ଆୟକର ଛାଡ୍‌ କରାଯାଏ ତେବେ ମୋ ପିଲାମାନେ ଏହି ଲଭ୍‌ଗର ଜାରି ରଖିବେ। ଏହାବ୍ୟତୀତ ମୋ ସମ୍ପତ୍ତିରୁ ଯାହା ବି ଆମଦାନୀ ହେବ ସେଥିରେ ଏହି ଭଣ୍ଡାର ଚାଲୁ ରହିବ।

Leave A Reply

Your email address will not be published.