ସାବଧାନ! ଚିକେନ୍‌ ବିରିୟାନୀ ନାଁରେ ବଜାରରେ ବିକ୍ରି ହେଉଛି ‘କାଉ ବିରିୟାନୀ’!

ଆପଣ ‘ରନ୍‌’ ଫିଲ୍ମ ଦେଖିଛନ୍ତି କି? ଯଦି ଦେଖିନାହାନ୍ତି, ତା’ହେଲେ ‘କାଉ ବିରିୟାନୀ ସିନ୍‌’ ପକ୍କା ଦେଖିଥିବେ। ଏଠି ଆମେ ଆପଣଙ୍କୁ ଫିଲ୍ମ ବିଷୟରେ କିଛି କହୁନୁ, ଆମେ କହୁଛୁ କାଉ ବିରିୟାନୀ ବିଷୟରେ। କଥାଟି ହେଲା, ଏବେ ଫିଲ୍ମର ସେହି ସିନ୍‌ ସତ ହୋଇଯାଇଛି। ତାମିଲନାଡୁର ରାମେଶ୍ୱରମ୍‌ରେ ଘଟିଛି ଏଭଳି ଘଟଣା। ଏଠାରେ ଦୁଇଜଣଙ୍କୁ ପୋଲିସ ଗିରଫ କରିନେଇଛି। ସେମାନେ ଚିକେନ୍‌ ନାଁରେ କାଉ ମାଂସ ବିକ୍ରି କରୁଥିଲେ।

c5

ରାମେଶ୍ୱରମ୍‌ ରାସ୍ତା ପାର୍ଶ୍ୱରେ ଲାଗିଥିବା ଏକ ଠେଲା ଗାଡ଼ିରେ ଖାଦ୍ୟ ବିଭାଗ ଯାଞ୍ଚ କରିଥିଲା। ଯାଞ୍ଚରୁ ଜଣାପଡ଼ିଥିଲା, ଏଠି ଯେଉଁ ଚିକେନ୍‌ ବିକ୍ରି ହେଉଥିଲା, ତାହା ପ୍ରକୃତରେ ଥିଲା କାଉ ମାଂସ। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ୧୫୦ଟି ମୃତ କାଉଙ୍କୁ ଜବତ କରାଯାଇଛି।

କେମିତି ହୋଇଥିଲା ଖୁଲାସା

ରାମେଶ୍ୱରମ୍‌ ମନ୍ଦିର ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରଥମେ ଏ ନେଇ ସନ୍ଦେହ କରିଥିଲେ। ସେମାନେ ପ୍ରତିଦିନ ଏଠାରେ କାଉମାନଙ୍କୁ ଦାନା ଦେଉଥିଲେ। କିନ୍ତୁ କିଛିଦିନ ପରେ ମୃତ କାଉମାନଙ୍କୁ ଦେଖି କେତେଜଣ ଶ୍ରଦ୍ଧାଳୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

c4

ଚାଉଳରେ ବିଷ ଦେଇ କାଉଙ୍କୁ ମରାଯାଉଥିଲା

କାଉ ମାଂସ ବିକ୍ରି କରୁଥିବା ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରିଥିଲା। ସେମାନେ କହିଥିଲେ ଯେ ‘ଆମେ କାଉ ଶିକାର କରି ଛୋଟ ବେପାରୀଙ୍କୁ ବିକି ଦେଇଥାଉ। ଆଉ ଦୋକାନୀମାନେ କାଉ ମାଂସକୁ ଚିକେନ୍‌ ଲଲିପପ୍‌ ଏବଂ ଚିକେନ୍‌ ବରିୟାନୀ କହି ବିକ୍ରି କରୁଥିଲେ। ଭଲ ରୋଜଗାର ମଧ୍ୟ ହେଉଥିଲା। ସେମାନେ ବିଷାକ୍ତ ଚାଉଳ ଦେଇ କାଉମାନଙ୍କୁ ମାରି ଦେଉଥିଲେ’ ବୋଲି ଅଭିଯୁକ୍ତଦ୍ୱୟ ସ୍ୱୀକାର କରିଥିଲେ।

Leave A Reply

Your email address will not be published.