Below header

କଟକ ନିଶ୍ଚିନ୍ତକୋଇଲି କୃତିବାସ ନୋଡାଲ ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ, ଥାନାରେ ଅଭିଯୋଗ କଲେ ପରିବାର ଲୋକେ

କଟକ: ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ ଅଭିଯୋଗ । ଅଭିଯୋଗ ଆସିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକ ଏକରୁଖି ଗାଁର କୃତିବାସ ନୋଡାଲ ବିଦ୍ୟାଳୟରୁ । ସ୍କୁଲର ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଲକ୍ଷ୍ମପ୍ରିୟା ବେଜକୁ ସେହି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଜାନୁୟାରୀ ୨୬ ତାରିଖ କେଉଁ ତାରିଖରେ ପଡେ ନକହିପାରିବାରୁ ଶିକ୍ଷୟିତ୍ରୀ ତାଙ୍କୁ ମାଡ ମାରିଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଛାତ୍ରୀଙ୍କ ଡାକ୍ତରୀ ମାଇନା କରାଯିବା ସହ ଅଭିଯୁକ୍ତ ଶିକ୍ଷୟିତ୍ରୟୀଙ୍କୁ ଧରିବାକୁ ପୋଲିସ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.