Below header

ଶେଷ ଟି-୨୦ରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନେଲା, କୋହଲି ଖେଳିବେ ନାହିଁ

ମାଉଣ୍ଟ ମୌଙ୍ଗାନୁଇ : ଆଉ କିଛି ସମୟ ପରେ ଭାରତୀୟ କ୍ରିକେଟ୍‌ ଦଳ ଘରୋଇ ନ୍ୟୁଜିଲାଣ୍ଡ ସହ ଚଳିତ ସିରିଜ୍‌ର ଶେଷ ଟି-୨୦ ମ୍ୟାଚ୍‌ ଖେଳିବ । ଏଥିରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି ଖେଳୁ ନାହାନ୍ତି । ତାଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି ରୋହିତ ଶର୍ମା ।
ଆଜି ସଞ୍ଜୁ ସାମସନ୍‌ ଏବଂ କେ.ଏଲ୍‌ ରାହୁଲ ବ୍ୟାଟିଂ ଓପନ୍‌ କରିବେ ଏବଂ ରୋହିତ ତିନି ନମ୍ବରରେ ବ୍ୟାଟିଂ କରିବେ ବୋଲି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହି ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବ୍ୟାଟ୍‌ସମ୍ୟାନ୍‌ ରଜ୍‌ ଟେଲରଙ୍କ ୧୦୦ତମ ଟି-୨୦ ମ୍ୟାଚ୍‌ ।
ବିରାଟ କୋହଲିଙ୍କ ଦଳ ସିରିଜ୍‌ର ୪ଟି ଯାକ ମ୍ୟାଚ୍‌ ଜିତି ୪-୦ରେ ଆଗୁଆ ଅଛି । ଆଜିର ମ୍ୟାଚ୍‌ ଜିତି ପୂରା ସିରିଜ୍‌କୁ ୫-୦ରେ ଦଖଲ କରିବାର ଲକ୍ଷ୍ୟ ରଖିଛି । ଅନ୍ୟପଟେ ଘରୋଇ ଦଳ ଅନ୍ତତଃ ଶେଷ ମ୍ୟାଚ୍‌ ଜିତି କିଛି ପରିମାଣରେ ସମ୍ମାନ ରଖିବାକୁ ଉଦ୍ୟମ କରିବ । ଯଦିଓ ଭାରତକୁ ଶେଷ ଦୁଇଟି ମ୍ୟାଚ୍‌ରେ ଜୋରଦାର ଟକ୍କର ଦେଇଛି ତଥାପି ସୁପର ଓଭରରେ ହାରି ଯାଇଛି । ତେବେ ଭାରତୀୟ ଦଳ ତାର ନିୟମିତ ତଥା ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇ ମଧ୍ୟ ଗତ ମ୍ୟାଚ୍‌ରେ ବିଜୟୀ ହୋଇଛି । ତେଣୁ ମନୋବଳ ଖୁବ୍‌ ଦୃଢ଼ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.