ଶିଳ୍ପା ସେଟ୍ଟୀଙ୍କ ଏହି ବ୍ୟାଗ ବଦଳରେ କିଣା ଯାଇପାରିବ ଏକ ଦାମୀ ଗାଡି ! ଦାମ ଜାଣି ଆପଣ ବି ହୋଇଯିବେ ତାଜୁବ

ବଲିଉଡ ଅଭିନେତ୍ରୀ ଶିଳ୍ପ ସେଟ୍ଟୀ ନିଜ ସୁନ୍ଦର ଚେହେରା ସହ ନିଜ ଷ୍ଟାଇଲକୁ ନେଇ ବି ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି ।ବୟସ ବଢିବା ସହ ଶିଳ୍ପା ଆହୁରି ସୁନ୍ଦର ଦେଖାଯାଉଛନ୍ତି । ଅନେକ ସମୟରେ ନିଜ ଜିରୋ ଫିଗର ପାଇଁ ଅଲୋଚନାରେ ରହୁଥିବା ଶିଳ୍ପା କିନ୍ତୁ ଏଥର ଅନ୍ୟ ଏକ କାରଣକୁ ନେଇ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଥର ଚର୍ଚ୍ଚାକୁ ଆସିଛି ଶିଳ୍ପାଙ୍କ ବ୍ୟାଗ । ଯାହାର ଦର କଥା ଶୁଣିଲେ ଆପଣ ବି ନିଜ ମୁଣ୍ଡରେ ହାତ ଦେବେ । ହାଲ୍କା ଗହମ ରଙ୍ଗର ଶିଳ୍ପାଙ୍କ ଏହି ହ୍ୟାଣ୍ଡ ବ୍ୟାଗଟି ହେଉଛି Hermese Birkin କମ୍ପାନୀର । ଦେଖିବାକୁ ଅତି ସାଧାରଣ ହେଲେବି ତା ଦାମ କିନ୍ତୁ ସାଧାରଣ ନୁହେଁ ।

silpa new one

 

ପୁରା ପିଓର ଲେଦରରେ ନିର୍ମିତ ହୋଇଥିବା ଏହି ବ୍ୟାଗର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଆରମ୍ଭ । ଯେଉଁ ମୂଲ୍ୟରେ ଏକ ଦାମୀ କାର ମଧ୍ୟ କିଣା ଯାଇପାରିବ । ଏହି ବ୍ୟାଗଟିକୁ ଶିଳ୍ପା ଅନେକ ବର୍ଷ ଧରି ବ୍ୟବହାର କରି ଆସୁଛନ୍ତି ବୋଲି ଜଣାଯାଇଛି । ଏମିତିକି ଜନଗହଳି ପୁର୍ଣ ସ୍ଥାନରେ କେତେ ଥର ସେ ଏହି ବ୍ୟାଗ ସହ ମଧ୍ୟ ସ୍ପଟ ମଧ୍ୟ ହୋଇଛନ୍ତି । ଏମିତିରେ ବଲିଉଡ ହିରୋଇନ ମାନଙ୍କ ବ୍ୟାଗକୁ ନେଇ ଅଧିକାଂଶ ସମୟରେ ଆଲୋଚନା ହୋଇଥାଏ । କରିନା କପୁରଙ୍କ ଠାରୁ ଆରମ୍ଭ କରି ଅନୁଷ୍କା ଶର୍ମା ପର୍ଯ୍ୟନ୍ତ ନିଜ ଦାମୀ ବ୍ୟାଗ ପିଛା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଜମା ବି ପଛଘୁଞ୍ଚା ଦିଅନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.