କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ହଜାରରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିସାରିଲେଣି। ଯେଉଁଥିରେ ଚୀନର ଅଧିକାଂଶ ଲୋକ ରହିଛନ୍ତି। ସମଗ୍ର ବିଶ୍ୱରେ ମଧ୍ୟ ୪୩ ହଜାରରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ରହିଛନ୍ତି। ଏବେ ବାୟୁ ଦ୍ୱାରା ଏହି ଜୀବାଣୁ ସଂକ୍ରମଣ ହେଉଥିବା ଖବର ସାମ୍ନାକୁ ଆସିଛି। ଏଥିପାଇଁ ସିଙ୍ଗାପୁର ପ୍ରଶାସନ କରୋନା ଭାଇରସ ସଂକ୍ରମଣ ହେଉଥିବା ପିଲାକୁ ଏସି ଏବଂ ଫ୍ୟାନ୍ ବ୍ୟବହାର ନ କରିବାକୁ ଅନୁରୋଧ କରାଯାଇଛି। କରୋନା ଭାଇରସ ବାୟୁ ମାଧ୍ୟମରେ ସଂକ୍ରମଣ ହେଉଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ଚୀନ ବିଶେଷଜ୍ଞ ସାଙ୍ଘାଇ ସିଭିଲ ଆଫାୟର୍ସ ବ୍ୟୁରୋର ଜଣେ ବିଶେଷଜ୍ଞଙ୍କ କହିବାନୁଯାୟୀ, କରୋନା ଭାଇରସ ସଂକ୍ରମଣ କୌଣସି ବ୍ୟକ୍ତିଙ୍କ ସହିତ ସିଧାସଳଖ ସଂପର୍କରେ ଆସିବା, ବାୟୁ ଦ୍ୱାରା ସଂକ୍ରମଣ ଏବଂ ଏୟାରସୋଲ ସଂକମ୍ରଣ ଯୋଗୁଁ ହୋଇଥାଏ। ଏୟାରସୋଲ ସଂକ୍ରମଣ କୌଣସି ପରଫ୍ୟୁମ ସ୍ପ୍ରେ କିମ୍ବା ଅନ୍ୟ କୌଣସି ସ୍ପ୍ରେ ଯୋଗୁଁ ବ୍ୟାପିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ମହାମାରୀକୁ ନେଇ ପବ୍ଲିକ ହେଲଥ ଏମରଜେନ୍ସୀ ଅଫ ଇଣ୍ଟରନେସନାଲ କନ୍ସନ ଘୋଷିତ କରିଛନ୍ତି। ଏହି ଜୀବାଣୁ ଜଣେ ସାଧାରଣ ମଣିଷ ଶରୀରରେ ପ୍ରବେଶ କରିବା ପରେ ପାଖାପାଖି ୨ ସପ୍ତାହ ପରେ ବିକଶିତ ହୋଇଥାଏ। ଭାରତରେ ଏପର୍ଯ୍ୟନ୍ତ ତିନି ଜଣ କରୋନା ଭାଇରସ ମାମଲା ସାମ୍ନାକୁ ଆସିଛି।