ସୋସିଆଲ ମିଡିଆରେ ହଇଚଇ କରୁଛନ୍ତି ଏହି ର‍୍ୟାପର ପୋଲିସ କର୍ମୀ, ପବ୍ଲିକ କହିଲେ ‘ବହୁତ ହାର୍ଡ…ବହୁତ ହାର୍ଡ’!

ସୋସିଆଲ ମିଡିଆରେ ଘୂରିବୁଲୁଛି ଜଣେ ଯବାନଙ୍କ ଭିଡିଓ। ଜମ୍ମୁ-କଶ୍ମୀର ପୋଲିସର ଏହି ଯବାନ ଜଣକ ପବ୍ଲିକଙ୍କୁ ର‍୍ୟାପ୍‌ ଶୁଣାଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଯବାନଙ୍କ ନାଁ କ’ଣ ଏବଂ ଭିଡିଓଟି କେବେକାର, ତାହା ବିଷୟରେ କୌଣସି ସୂଚନା ମିଳିନାହିଁ। କିନ୍ତୁ ମେହେରାନ୍‌ ନାମକ ବ୍ୟକ୍ତି ଏହି ଭିଡିଓକୁ ୭ ମାର୍ଚ୍ଚରେ ଶେୟାର କରିଥିଲେ। ସେ ଏହାର କ୍ୟାପ୍‌ସନ ଦେଇଥିଲେ ଯେ ‘ଜମ୍ମୁ ଆଣ୍ଡ କଶ୍ମୀର ପୋଲିସର ଏହି ଯବାନ ପ୍ରସିଦ୍ଧ ହେବା ପାଇଁ ଯୋଗ୍ୟ’। ମେହେରାନ୍‌ ଭିଡିଓରେ ‘ଜେଆଣ୍ଡକେ ପୋଲିସ’ ଏବଂ ‘କଶ୍ମୀର ପୋଲିସ’କୁ ଟ୍ୟାଗ୍‌ କରିଛନ୍ତି।

ଭିଡିଓରେ ଯବାନଙ୍କୁ ଏକ କାର୍‌ ଭିତରେ ବସିଥିବାର ଦେଖିବାକୁ ମିଳୁଛି। ସେ ଏତେ ସୁନ୍ଦର ଭାବେ ର‍୍ୟାପ୍‌ କହୁଛନ୍ତି, ଯାହାକୁ ଶୁଣି ପବ୍ଲିକ ତାଙ୍କର ଦିଓ୍ଵାନା ହୋଇଯାଇଛନ୍ତି। ଭିଡିଓକୁ ଏ ପଯ୍ୟର୍ନ୍ତ ଅଢ଼େଇ ଲକ୍ଷରୁ ଅଧିକ ଭ୍ୟୁ ଏବଂ ୧୦ ହଜାରରୁ ଅଧିକ ଲାଇକ୍ସ ମିଳିସାରିଲାଣି।

Leave A Reply

Your email address will not be published.