Below header

‘ବଧାଇ ହୋ’ ପରେ ପରଦାକୁ ଆସିବ ବଧାଇ ଦୋ, ରାଜକୁମାର ଏବଂ ଭୂମି ମିଶି କରିବେ ବୋବାଲ

ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବଧାଇ ହୋ’ର ସିକ୍ୱେଲ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି। କିନ୍ତୁ ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା ପୁହେଁ ବରଂ ରାଜକୁମାର ନଜର ଆସିବେ। ଫିଲ୍ମର ନାମ ରହିଛି ‘ବଧାଇ ଦୋ’। ଏହା ଏକ ପାରିବାରିକ କମେଡି ଫିଲ୍ମ ହେବ। ଜଙ୍ଗଲୀ ପିକଚର୍ସ ପକ୍ଷରୁ ଫିଲ୍ମ ବଧାଇ ହୋ ତୁଳନାରେ ବଧାଇ ଦୋର କାହାଣୀ ଭିନ୍ନ। ବଧାଇ ଦୋ ‘କୁ ଅକ୍ଷତ ଘଡିଆଲଙ୍କ ସହିତ ସୁମନ ଅଧିକାରୀ ଲେଖୁଛନ୍ତି।

badhhai ho

‘ବଧାଇ ଦୋ’ ଫିଲ୍ମରେ ରାଜକୁମାର ରାଓ ଏବଂ ଭୂମି ପେଡେନକର ପ୍ରମୂଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ହର୍ଷବର୍ଦ୍ଧନ କୁଲକର୍ଣ୍ଣି ଦେବେ। ଏହି ଫିଲ୍ମରେ ରାଜକୁମାର ଜଣେ ପୁଲିସ କର୍ମଚାରୀ ଭୂମିକାରେ ନଜର ଆସିବେ। ଯାହାଙ୍କ ଡ୍ୟୁଟି ମହିଳା ଥାନାରେ ରହିଥାଏ। ଚଳିତ ବର୍ଷ ଖରାଦିନରୁ ଫିଲ୍ମର ସୁଟିଂ ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.