ଗ୍ରାହକଙ୍କ ପରିବା ବ୍ୟାଗରେ ରାଜ୍ କରୁଛି କନ୍ଧମାଳର ଠୁରି ଆଳୁ, ଦେଖିବାକୁ ଛୋଟ ହେଲେ ଖାଇବାରେ ସ୍ୱାଦିଷ୍ଟ

ଫୁଲବାଣୀ(କେନ୍ୟୁଜ୍): ଆମ ରାଜ୍ଯ ଓଡିଶା ଏକ କୃଷି ପ୍ରଧାନ ରାଜ୍ଯ । ଏଠାରେ ବାର ମାସରେ ବିଭିନ୍ନ ପ୍ରକାରର ପରିବାର ଚାଷ କରାଯାଇଥାଏ । ପରିବା ଭିତରେ ଏମିତି ଅନେକ ପରିବା ଯେପରି ଖମ୍ବ ଆଳୁ ଓ ବିଲାତି ଆଳୁ ବଜାରରେ ସବୁ ଦିନ ଦେଖିବାକୁ ମିଳିଥାଏ । ଯାହାକୁ ଗ୍ରାହକ ମାନେ ପ୍ରତ୍ୟେକ ଦିନ ନିଜ ଘରକୁ ନେଇଥାନ୍ତି । ହେଲେ ଛୋଟ ଦେଶିଆଳୁ ବର୍ଷରେ କିଛି ମାସ ବଜାରରେ ଦେଖିବାକୁ ମିଳି ଥାଏ ସେ ପୁଣି କୋଚିତ୍‌ କେତକ ଜିଲ୍ଲାରେ । ବିଶେଷ କରି କନ୍ଧମାଳ ଜିଲ୍ଲାରେ ହଁ ଆଜ୍ଞା ଆମେ କହୁଛୁ କନ୍ଧମାଳ ଜିଲ୍ଲାରେ ଉତ୍ପାଦନ ହେଉଥିବା ଛୋଟ ଦେଶିଆଳୁ ବା ଠୁରି ଆଳୁ ବିଷୟରେ । ଏହି ଆଳୁର ଆକାର ଦେଖିବାକୁ ଯେମିତି ଛୋଟ ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ । କନ୍ଧମାଳର ଦେଶୀ ଠୁରି ଆଳୁ କେବେ ବଜାରକୁ ଆସିବ ଓ ତାର ସୂସ୍ୱାଦ ଚାଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଗ୍ରାହାକ ମାନେ ଚାହିଁ ବସିଥାନ୍ତି ।

aluuକନ୍ଧମାଳ ଜିଲ୍ଲା ଏକ ଥଣ୍ଡା ପ୍ରବଣ ଅଚଁଳ ହୋଇଥିବାରୁ ଏହାର ମାଟି ଅନୁକୂଳ ରହୁଥିବାରୁ ଏହି ଛୋଟ ଦେଶି ଆଳୁ ଚାଷ ପାଇଁ ବେଶ ଉପଯୋଗୀ ହୋଇଥାଏ । ଏହି ଆଳୁ ଆଶ୍ୱୀନ ବା ଅକ୍ଟୋବର ମାସରେ ଚାଷ କରାଯାଇଥାଏ । ଜମିରେ ଧାଡି ଧାଡି କରି ଏହାକୁ ଲଗାଯାଇଥାଏ । ଦିର୍ଘ ୩ ମାସ ଧରି ଜମିରେ ରହିବା ପରେ ସବୁ ଗଛ ଶୁଖିବା ପରେ ଚାଷୀ ଏହାକୁ ଖୋଳି ବାହାର କରିଥାଏ । ପ୍ରଥମେ ଏହି ଆଳୁ ଉତ୍ପାଦନ ହେବା ପରେ କେଜି ପିଛା ୫୦ ରୁ ୬୦ ଟଙ୍କା ଦରରେ ବଜାରରେ ବିକ୍ରି ହୋଇଥାଏ ଓ ପରେ ଅଧିକ ପରିମାଣରେ ବଜାରକୁ ଆସିଲେ କେଜି ପିଛା ୨୦ ଟଙ୍କା ଦରକୁ ହ୍ରାସ ପାଇଥାଏ । ବିନା ଶୀତଳ ଭଣ୍ଡାରରେ ଏହି ଛୋଟ ଆଳୁ ମାସ ମାସ ଧର ଖରାପ ନହୋଇ ରହିଥାଏ । ଏହି ଆଳୁର ଆକାର ଛୋଟ ବଡ ଓ ମଧ୍ୟମ ଧରଣର ହୋଇଥାଏ । ଏହା ବର୍ଷ ମଧ୍ୟରେ ଜାନୁଆରୀ ମାସରୁ ମାର୍ଚ୍ଚ ପର୍ଯ୍ୟନ୍ତ ବଜାରରେ ବିକ୍ରି ହୋଇଥାଏ । ଏହି ଆଳୁର ସ୍ୱାଦ ଚାଖିବା ପାଇଁ ଗ୍ରାହକ ମାନେ ଚାହିଁ ବସିଥାନ୍ତି ।

alluଏହି ଆଳୁର ଚାହିଦା ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ବାହାରେ ମଧ୍ୟ ବେଶ ଖ୍ୟାତି ଅର୍ଜନ ଲାଭ କରିଛି । ଏହି ଚାଷ ପାଇଁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ କିଛି ସହାୟତା ମିଳନ୍ତା ତେବେ ଚାଷୀ ଅଧିକା ପରିମାଣରେ ଚାଷ କରି ଚାଷୀ ଅଧିକା ଲାଭବାନ୍‌ ହୋଇପାରନ୍ତେ ବୋଲି କହିଛନ୍ତି ଚାଷୀ । ଅନ୍ୟ ପକ୍ଷରେ ସ୍ଥାନୀୟ ବାସିନ୍ଦା ମାନେ ଏହି ଦେଶି ଆଳୁର ସ୍ୱାଦର ମଜା ନେବା ସହ ନିଜ ନିଜ ସମ୍ପର୍କିୟଙ୍କୁ ଗାଡିରେ ବାହରକୁ ପଠାଇଥାନ୍ତି ।

ଫୁଲବାଣୀରୁ ଶିବ ବିଶ୍ୱାଳଙ୍କ ରିପୋର୍ଟ,କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.