ନୂଆଦିଲ୍ଲୀ: ଦେଶରେ ୭୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ୍ ୭୦ ହଜାର ୭୫୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୮୭ ଜଣଙ୍କ ଜୀବନ ନେଲାଣି ମାରାତ୍ମକ ଭାଇରସ୍ । ସେହିପରି ୩ହଜାର ୬୦୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଆକ୍ଟିଭ୍ କେସ୍ ରହିଛି ୪୬ ହଜାର ୮ ।
ଏପର୍ଯ୍ୟନ୍ତ ୨୨୯୩ ଜଣଙ୍କ ଜୀବନ ଗଲାଣି । ସେହିପରି ୨୨ ହଜାର ୪୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସ୍ଥିତି ଉଦ୍ବେଗଜନକ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ୪୦୧ରେ ପହଞ୍ଚିଛି। ତାମିଲନାଡୁ ଓ ଗୁଜରାଟରେ ୮ ହଜାରରୁ ଅଧିକ ଆକ୍ରାନ୍ତ ହେଲେଣି । ସେହିପରି ଦିଲ୍ଲୀରେ ୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି ।