କାକଟପୁର ଅଞ୍ଚଳରେ ଚୋରା ମଦର ବନ୍ୟା, ଅବକାରୀ ବିଭାଗ ନିଷ୍କ୍ରିୟ

ଲକଡାଉନ ଯୋଗୁଁ ମଦ ଦୋକାନ ବନ୍ଦ ରହିଥିବା ବେଳେ କେଉଁଠି ନା କେଉଁଠି ଚୋରା ମଦ କାରବାର ଚାଲିଛି। ପ୍ରତିଦିନ ମଦ୍ୟପାନ କରୁଥିବା ଲୋକେ କୌଣସି ନା କୌଣସି ପ୍ରକାରେ ଏହାକୁ ପାଇବା ପାଇଁ ଚେଷ୍ଟା କରୁଛନ୍ତି। ତାଲା ବନ୍ଦ ସମୟରେ ସବୁ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ବନ୍ଦ ଥିବା ବେଳେ କାକଟପୁର ନିର୍ବାଚନ ମଣ୍ଡଳୀରେ ମଦର ବନ୍ୟା ଦେଖିବାକୁ ମିଳିଛି। ବ୍ୟାପକ ମାତ୍ରାରେ ଚୋରା ମଦ କାକଟପୁର, ଅସ୍ତରଙ୍ଗ, ନୂଆହାଟ, ଗୋପ, କୋଣାର୍କ ଅଞ୍ଚଳରେ ବ୍ୟାପିବାକୁ ଲାଗିଛି। ଦେଶୀ ରନ୍ଧା ମଦ ମଧ୍ୟ ମିଳୁଛି। ନୂଆହାଟରେ ଦୁଇଟି ସରକାରୀ ମଦ ଦୋକାନ ଥିବା ବେଳେ ତାଲା ବନ୍ଦ ସମୟରେ ବିଳମ୍ବିତ ରାତ୍ରିରେ ଦୋକାନ ଖୋଲାଯାଇ ମଦ ବିକ୍ରି ଚଳାଇଥିବା ଅଭିଯୋଗ ହେଉଛି।

nayahat

ଅବକାରୀ ବିଭାଗ ନୂଆହାଟରେ ଚୋରା ମଦ ସହ ଏହାର କିଙ୍ଗପିନକୁ ଗିରଫ କଲାବେଳେ ଲୋକେ ଅବକାରୀ ବିଭାଗକୁ ଘେରି ମାଡ଼ ମାରିଥିଲେ। ଏଥିରେ ବହୁ ଲୋକଙ୍କ ନାମରେ ମାମଲା ଥିବା ବେଳେ ଏମାନେ ଖୁଲମଖୁଲା ବୁଲୁଛନ୍ତି। ୪ଟି ଥାନାରେ ତାଲାବନ୍ଦ ସମୟରେ ୨୦ଟି ମାମଲା ରୁଜୁ କରାଯାଇ ମଦ ମାଫିଆଙ୍କୁ ଗିରଫ କରାଯାଇଛି । ପୁରୀ ଜିଲ୍ଲା ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ଚୋରା ମଦ କାରବାର ବୃଦ୍ଧି ପାଇବାର ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.