ପୋଲିସ୍ ସବଇନ୍ସପେକ୍ଟର ଶୁଭଶ୍ରୀଙ୍କୁ ପ୍ରଶଂସା କଲେ ତେଲୁଗୁ ଫିଲ୍ମର ସୁପରଷ୍ଟାର ଚିରଞ୍ଜିବ୍, ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଭିଡିଓ

ମାଲକାନଗିରି: ପୋଲିସ୍ ସବଇନ୍ସପେକ୍ଟର ଶୁଭଶ୍ରୀଙ୍କୁ ପ୍ରଶଂସା କଲେ ମେଗାଷ୍ଟାର ଚିରଞ୍ଜିବ । ସାରା ଦେଶରେ ଲକ୍ ଡାଉନ୍ ନିୟମ ପାଳନ ହେଉଥିବାବେଳେ ନିରାଶ୍ରୟ ତଥା ଅସହାୟ ବ୍ଯକ୍ତିମାନଙ୍କ ପ୍ରତି ସଦୟ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ପୋଲିସ୍ ବିଭାଗର ଅନେକ କର୍ତ୍ତବ୍ଯରତ କର୍ମଚାରୀ । ଏହି ପରିପେକ୍ଷୀରେ ଓଡିଶାର ମାଲକାନଗିରି ଜିଲ୍ଲାର ପୋଲିସ୍ ସବଇନ୍ସପେକ୍ଟର ଶୁଭଶ୍ରୀ ନାୟକ ଜଣେ ନିରାଶ୍ରୟା ମହିଳାଙ୍କୁ ହାତରେ ଖୁଆଇ ଦେଉଥିବାର ଏକ ଭିଡିଓ ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ।

policeଏହି ଭିଡିଓଟିକୁ ଦେଖି ତେଲୁଗୁ ଫିଲ୍ମର ମେଗାଷ୍ଟାର ଅଭିନେତା ଚିରଞ୍ଜିବ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି । ପୋଡୋଶୀ ରାଜ୍ଯ ଆନ୍ଧ୍ରପ୍ରଦେଶରେ ଏହି ଭିଡିଓଟି ଭାଇରାଲ ହେବା ପରେ ଅନେକ ବ୍ଯକ୍ତି ସୋସିଆଲ୍ ମିଡିଆରେ ଶୁଭଶ୍ରୀଙ୍କୁ ପ୍ରଶଂସା କରିବା ସହିତ ଓଡିଶା ପୋଲିସ୍ ବିଭାଗକୁ ସାଧୁବାଦ ଜଣାଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.