Below header

ଚାଇନା ହେଲିକପ୍ଟରର ଗତିବିଧି ଜାଣିବା ପାଇଁ ସୀମାରେ ଯୁଦ୍ଧ ବିମାନ ପାଟ୍ରୋଲିଂ ଆରମ୍ଭ କଲା ଭାରତ

ଚାଇନାର ପିପୁଲ୍ସ ଲିବରେଶନ ଆର୍ମି ଓ ଭାରତୀୟ ସେନା ମଧ୍ୟରେ ନିକଟରେ ଉତ୍ତର ସିକ୍କିମ ନିକଟରେ ମୁହାମୁହିଁ ହୋଇଥିଲା। ଏଥିରେ ଉଭୟ ପକ୍ଷର ଯବାନ ଆହତ ହୋଇଥିଲେ। ଏବେ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଚାଇନା ହେଲିକପ୍ଟର ଉଡୁଥିବା ଦେଖିବା ପରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସେଠାରେ ପାଟ୍ରୋଲିଂ ପାଇଁ ପହଞ୍ଚଥିବା ସୂଚନା ମିଳିଛି। ଏହି ଘଟଣା ଗତ ସପ୍ତାହରେ ପ୍ରାୟତଃ ସେହି ସମୟରେ ଘଟିଛି ଯେଉଁ ସମୟରେ ଚାଇନା ଓ ଭାରତୀୟ ସେନା ମଧ୍ୟରେ ସିକ୍କିମ ସୀମାରେ ମୁହାଁମୁହିଁ ହୋଇଥିଲା।

india

ଏଏନ୍ଆଇର ସୂଚନା ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ସୀମାରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତି ମଧ୍ୟରେ ଚୀନ୍ର ସାମରିକ ହେଲିକପ୍ଟରଗୁଡ଼ିକ ଭାରତୀୟ ସୀମାବର୍ତ୍ତୀ ଅଞ୍ଚଳମାନଙ୍କରେ ଉଡାଣ ଭରିଥିଲା । ଏହାପରେ ଚାଇନା ହେଲିକପ୍ଟରର ଗତିବିଧି ଜାଣିବା ପାଇଁ ସୀମାରେ ଯୁଦ୍ଧ ବିମାନ ପାଟ୍ରୋଲିଂ ଆରମ୍ଭ କରି ଦେଇଥିଲା।

କେବଳ ଉତ୍ତର ସିକ୍କିମରେ ନୁହେଁ ଲଦାଖରେ ମଧ୍ୟ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ମେ 5 ତାରିଖ ଦିନ ସଂଘର୍ଷ ହୋଇଥିଲା। ଭାରତ ଏବଂ ଚୀନ୍ ସେନାର ସୈନିକମାନେ ମଧ୍ୟ ଲଦାଖରେ ପରସ୍ପର ସହ ସଂଘର୍ଷ କରିଥିଲେ। ପରେ 6 ମଇରେ ଦୁଇ ସେନା ମଧ୍ୟରେ ବିବାଦର ସମାଧାନ ହୋଇଥିଲା। ହେଲେ ଏହା ପରେ ଚାଇନାର ସାମରିକ ହେଲିକପ୍ଟର LAC ଉପରେ ଉଡୁଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.